ଭାରତ ପାକିସ୍ତାନକୁ ତାପମାତ୍ରା ଭୟ

ନୂଆଦିଲ୍ଲୀ: ଜାତିସଂଘ ପ୍ରକାଶ କରିଛି ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃସରକାରୀ ରିପୋର୍ଟ । ଆଗକୁ ତାପମାତ୍ରା ବଢିବ ବୋଲି ଆଇପିସିସି ଏହାର ରିପୋର୍ଟରେ ପ୍ରକାଶ ପାଇଛି । ଯାହାକି 2015ର ପୁନରାବୃତି ହେବ ବୋଲି ଜଣାପଡ଼ିଛି । ଯେଉଁଥିରେ ଆଗକୁ ତାପମାତ୍ରା 1.5 ଡିଗ୍ରୀରୁ 2 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । 2030ରୁ 2050 ମଧ୍ୟରେ ଏପରି ତାପମାତ୍ରା ରହିବ ବୋଲି ଜଣାପଡିଛି ।

ପୂର୍ବରୁ 3 ବର୍ଷ ତଳେ ଗ୍ରୀଷ୍ମପ୍ରବାହ ହୋଇଥିଲା । ଯେଉଁଥିରେ ୨୫୦୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ସାଧାରଣ ତାପମାତ୍ରାଠାରୁ ୨ ଡିଗ୍ରୀ ଅଧିକ ଅନୁଭୂତ ହୋଇଥିଲା । ବିଶେଷକରି ମେଟ୍ରୋ ସିଟି କଲିକତା ପରି ସହରମାନଙ୍କରେ ଗ୍ରୀଷ୍ମପ୍ରବାହ ଅଧିକ ଅନୁଭୂତ ହେବ ବୋଲି ଜାତିସଂଘ କହିଛି । ଖାଲି ଭାରତ ନୁହେଁ ପଡୋଶୀ ପାକିସ୍ତାନ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବ ବୋଲି ଜଣାପଡ଼ିଛି ।

ଯେଉଁ ହାରରେ ଅଙ୍ଗାରକାମ୍ଳ ବୃଦ୍ଧି ପାଇବାରେ ଲାଗିଛି ଏମିତି ଜାରି ରହିଲେ 2030 ବେଳକୁ ବିଶ୍ବର ତାପମାତ୍ରା 1.5 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଗତବର୍ଷ ଭାରତ 927 ନିୟୁତ ଟନ୍ ଅଙ୍ଗରାକାମ୍ଳ ଗ୍ୟାସ ନିର୍ଗମନ କରିଛି ।ବିଶ୍ବରେ ଅଙ୍ଗାରକାମ୍ଳ ନିର୍ଗମ କରିବାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଚୀନ ପ୍ରଥମ ସ୍ଥାନରେ ଥିବାବେଳେ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି ।

ତେବେ ଅଙ୍ଗରାକାମ୍ଳ ନିର୍ଗତରେ ରାଜଧାନୀ ଦିଲ୍ଲୀ ଆଗରେ ରହିଛି । ଗତ 150 ବର୍ଷ ଭିତରେ ଦିଲ୍ଲୀ ସହରର ତାପମାତ୍ରା 1 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇ 0.7 ଡିଗ୍ରୀ, କଲିକତା 1.2 ଡିଗ୍ରୀ, ଚେନ୍ନାଇ 0.6 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି ।

ଦିନକୁ ଦିନ ବଢିବାରେ ଲାଗିଛି ଯାନବାହନ । ଏଥିରୁ ନିର୍ଗତ ଧୂଳି ଧୂଆଁ ପରିବେଶକୁ ପ୍ରଦୂଷିତ କରୁଛି । ଯାହାଦ୍ବାରା ଅଙ୍ଗରକାମ୍ଳର ପିରମାଣ ବୃଦ୍ଧି ପାଉଛି । ଏଥିସହ ବହୁଳ ପରିମାଣରେ ଏସି (ଶୀତତାପ ନିୟନ୍ତ୍ରଣ) ବ୍ୟବହାର ମଧ୍ୟ ଏହାର ଏକ ପ୍ରମୁଖ କାରଣ । ଇଟାଭାଟିର ଚିମିନିରୁ ନିର୍ଗତ ଧୂଆଁ ଓ କଳକାରଖାନା ମଧ୍ୟ ଉତ୍ତାପ ବୃଦ୍ଧି କରିବାରେ ମନ୍ଦକ ସାଜିଛି ।

ତାପମାତ୍ରା ବୃଦ୍ଧି ପାଇବାଦ୍ବାରା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ହେବ । ଯାହାଦ୍ବାରା ଖାଦ୍ୟ ଉତ୍ପାଦନ ହ୍ରାସ ପାଇବା ସାଙ୍ଗକୁ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିବ ।

Related Posts