ହୋଟେଲରେ ହତ୍ୟା

ଭୁବନେଶ୍ବର: ହୋଟେଲ ଭିତରେ ହତ୍ୟା । କ୍ଯାପିଟାଲ ଥାନା ଅନ୍ତର୍ଗତ ରଙ୍ଗିଲା ରେସିଡେନ୍ସିରେ ଏଭଳି ଘଟଣା ସାମ୍ନାକୁ ଆସିଛି। ହୋଟେଲର ଏକ ରୁମରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି ମୃତଦେହ। କିଭଳି ଓ କେଉଁ ଅବସ୍ଥାରେ ହତ୍ୟାକାଣ୍ଡ ଘଟିଲା ଏନେଇ ତଦନ୍ତ ଚଳାଇଛି କମିଶନରେଟ ପୋଲିସ।
ମୃତଦେହର ବେକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାର ଜଣା ପଡ଼ିଛି। ମୃତକଙ୍କ ବୟସ ୪୦ ରୁ ୪୫ ବର୍ଷ ଜଣାପଡିଥିବା ବେଳେ ତାଙ୍କ ଘର ତାମିଲନାଡୁରେ ବୋଲି ଜଣା ପଡିଛି। ତେବେ ସମ୍ପୁର୍ଣ୍ଣ ପରିଚୟ ହସ୍ତଗତ ହୋଇପାରିନାହିଁ। ମୃତଦେହକୁ ପୋଲିସ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ କ୍ଯାପିଟାଲ ହସ୍ପିଟାଲକୁ ପଠାଇଛି।
ହୋଟେଲରେ ରକ୍ତାକ୍ତ ମୃତ ଦେହ ପଡିଥିବା ନେଇ ପୋଲିସକୁ ସୁଚନା ମିଳିଥିଲା। ପରେ ଘଟମାସ୍ଥଳରେ ପୋଲିସ ପହଞ୍ଚି ରୁମ ନମ୍ବର ୨୦୬ ରୁ ମୃତଦେହ ଜବତ କରିଛି। ଏହାସହ ହତ୍ଯାରେ ବ୍ଯବହୃତ ହତିଆର ଜବତ କରିଛି ପୋଲିସ। ସାଇଣ୍ଟିଫିକ୍ ଟିମ ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ସହ କିଛି ନମୁନା ସଂଗ୍ରହ କରିଛି। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ଯରେ ହତ୍ୟା କରିଲେ ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ।
Related Posts