
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପାଇଁ ଏବେ ମୁଖ୍ୟ ସମସ୍ୟା ଭାବେ ଛିଡା ହୋଇଛି ପ୍ରଦୂଷଣ | ସେପଟେ ବୋଝ ଉପରେ ଲଳିତା ବିଦା ସାଜିଛି ହୁହୁ ହୋଇ ବଢୁଥିବା ତୈଳ ଦର | ସବୁ ରାଜ୍ୟରେ ୧୧୦ ଟଙ୍କା ଉପରେ ରହିଛି ପେଟ୍ରୋଲ ରହିଛି | ଯାହା ସାଧାରଣ ଜୀବନଯାତ୍ରା ଉପରେ ପ୍ରଭାବ ପକାଉଛି । ଏହାକୁ ରୋକିବାକୁ ସରକାର ଏବେ ନୂଆ ବିକଳ୍ପ ଖୋଜୁଛନ୍ତି। ଏହା ମଧ୍ୟରେ ଦିଲ୍ଲୀ ସରକାର ଡିଟିସିରେ ୧୫୦୦ ଇଲେକ୍ଟ୍ରିକ୍ ବସ୍କୁ ସାମିଲ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ସରକାର ବସର ବ୍ୟାଟେରୀ ସ୍ବାପିଂ ଓ ଚାର୍ଜିଂ ପାଇଁ ୧୦ଟି ସ୍ଥାନ ନିରୂପଣ କରିଛନ୍ତି ।
ରିପୋର୍ଟ ଅନୁସାରେ, ଏହି ଇ- ବସ୍ ପୂର୍ବରୁ ଚାଲୁଥିବା ଲୋ ଫ୍ଲୋର ସିଏନ୍ଜି ବସ୍ଠାରୁ ଭିନ୍ନ । ଦିଲ୍ଲୀ ଇଲେକ୍ଟ୍ରିକ୍ ଭେଇକିଲ ପଲିସି ୨୦୨୦ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ୱାଲ ସରକାର। ଏହାସହ ୭୫ ଅନ୍ତଃରାଜ୍ୟ ଇ-ବସ୍କୁ ମଧ୍ୟ ଅନୁମତି ଦିଆଯାଇଛି। ଏହି ବସ୍ ୫ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଞ୍ଚଳର ୧୧ ଟି ରୁଟ୍ରେ ଗଡିବ। ଏହାଦ୍ୱାରା ପଦୂଷଣ ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇବ ।
ଆହୁରି ମଧ୍ୟ ଦିଲ୍ଲୀ ସରକାର ଏଚଏମଭି ଲାଇସେନ୍ସଧାରୀ ତାଲିମ ନେଉଥିବା ମହିଳା ବସ୍ ଚାଳକଙ୍କ ଷ୍ଟାଇପେଣ୍ଡକୁ ୬୦୦୦ ଟଙ୍କାରୁ ୧୨ ହଜାର ଟଙ୍କାକୁ ବଢାଇଛନ୍ତି। ଯେଉଁ ମହିଳାମାନେ ଡ୍ରାଇଭର ହେବାକୁ ଇଚ୍ଛା ରଖୁଛନ୍ତି ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଏଚଏମଭି ଲାଇସେନ୍ସ ଦରକାର ପଡିବନି। ଅର୍ଥାତ ବିନା ଲାଇସେନ୍ସର ମଧ୍ୟ ସୋମନେ ୩ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭର ଟ୍ରେନିଂ ନେଇପାରିବେ |
ସେପଟେ ସରକାରଙ୍କ ଏହି ନିଷ୍ପତିକୁ ଅନେକ ସ୍ୱାଗତ କରିଛନ୍ତି |