ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି । ସେପଟେ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅମୀୟଭୂଷଣ ତ୍ରିପାଠୀ। ସେ ଏହି ଚିଠିରେ ଲେଖିଛନ୍ତି ଯେ ଏଏସଆଇର ଅନୁମତି ନିଆ ନଯାଇ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳର ଶହେ ଫୁଟ୍ ଦୂରତା ଭିତରେ ନିର୍ମାଣ କାର‌୍ୟ୍ୟ ହେଉଛି। ଏହାକୁ ନେଇ ରାଜନୈତିକ ବାଦପ୍ରତିବାଦ ଲାଗି ରହିଛି। ଏହାକୁ ନେଇ ଜଗନ୍ନାଥଙ୍କ ଭକ୍ତମାନେ ଦ୍ବନ୍ଦ୍ବରେ ଅଛନ୍ତି। ଏନେଇ ଏକ ଜନସ୍ବାର୍ଥ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହିବା ଉଚିତ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର୍ ଆବାହକ ଅମିୟଭୂଷଣ ତ୍ରିପାଠୀ। ଅନ୍ୟପଟେ ସେ ଚିଠିରେ ଦର୍ଶାଇଛନ୍ତି, ଶ୍ରୀମନ୍ଦିର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର‌୍ୟ୍ୟ ହେଲେ ମେଘନାଦ ପଚେରୀ ଉପରେ ପ୍ରଭାବ ପଡ଼ିବ।

ମେଘନାଦ ପାଚେରୀକୁ ଲାଗିକି ଖନନ ହେଉଥିବାରୁ ଏହାର ପ୍ରଭାବ ରହିବ ବୋଲି ଏଏସଆଇ ଇମ୍ପାକ୍ଟ ରିପୋର୍ଟରେ କହିଛି। ପ୍ରକଳ୍ପ ଆରମ୍ଭରୁ ଆମସର ଆକ୍ଟ ଯାହା ଉଲଂଘନ ହୋଇଛି । ଏ ଏସଆଇ ମଧ୍ୟ କିଛି କହିଲେନି। ତାହାର ଫାଇଦା ରାଜ୍ୟ ସରକାର ନେଲେ। ଗଜପତି ମହାରାଜ ବି ସମର୍ଥନ କଲେ। ଏହାପରେ ପୁରୀ କାର‌୍ୟ୍ୟ ଆରମ୍ଭ ହୋଇଛି। ଏହାକୁ ବର୍ତ୍ତମାନ ବନ୍ଦ କରାଯାଇ ପାରିବ ନାହିଁ। ପରିକ୍ରମା ପ୍ରକଳ୍ପରେ ୧୦୦ ମିଟର ମଧ୍ୟରେ ଶୌଚାଳୟ କରି ପାରିବେ ବୋଲି ଏ ଏସ ଆଇ ଡିଜି କହିଛନ୍ତି। କିନ୍ତୁ ରିସେପସନ ସେଣ୍ଟର ଓ ଅନ୍ୟ ସୁବିଧା ପାଇ କଂଷ୍ଟ୍ରକ୍ସନ କରି ପାରିବେନି। ଏହା ଶ୍ରୀମନ୍ଦିର ପ୍ରତି ବିପଦ। ୧୦୦ ମିଟର ନିଷିଦ୍ଧାଞ୍ଚଳର ଓ ୨୦୦ ମିଟର ପ୍ରୋଟେକଟେଡ ଅଂଚଳ। ସରକାର ଏଏସଆଇ ସହ କଥା ହୋଇ ଡିଜିଙ୍କ ଅନୁମତି ନେଇ କରିପାରିବେ। ୯ ତାରିଖରେ ହାଇକୋର୍ଟ ଏଏସଆଇକୁ ଆଉ ଏକ ରିପୋର୍ଟ ମାଗିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛି ଏ ଏସ ଆଇ ପରବର୍ତ୍ତୀ ରିପୋର୍ଟ ଦେବା ପର‌୍ୟ୍ୟନ୍ତ କାର‌୍ୟ୍ୟ ବନ୍ଦ ରଖାଯାଉ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts