ଏସ୍ ଏସ୍ ଜ୍ୱେଲାରିର ବ୍ୟବସାୟୀଙ୍କଠୁ ସୁନା ଲୁଟ ଘଟଣାର ପର୍ଦାଫାଶ: ଦୁଇ ଅଭିଯୁକ୍ତଙ୍କ ସହ ୧କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ଜବତ

ଗୁଣପୁର : ଗୁଣୁପୁର ପୋଲିସ କୁ ମିଳିଲା ବଡ ସଫଳତା | ଏକ ବଡ ସୁନା ଲୁଟ ଘଟଣାର ହେଲା ପର୍ଦାଫାଶ | ଲୁଟ ସୁନା ଅଳଙ୍କାର ସହ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ | ସୁନା ଦୋକାନୀ ଠାରୁ ସୁନା ଚୋରୀ ଘଟଣାରେ ୧କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ଜବତ ।

ସୂଚନାଯୋଗ୍ୟ, ରାୟଗଡା ଜିଲ୍ଲା ଗୁଣୁପୁର ହଳଦିଆନାଳ ନିକଟ ଏସ୍ ଏସ୍ ଜ୍ୱେଲାରିର ବ୍ୟବସାୟୀଙ୍କଠୁ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟା ଘଟଣାର ପର୍ଦ୍ଦାଫାସ କଲା ଗୁଣୁପୁର ପୋଲିସ ।

୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ ଭଞ୍ଜନଗରର ତରୁଣ ଦାସ ଓ ଯାଜପୁରର ଅର୍ଜୁନ ପ୍ରଧାନ । ଏହି ଚୋରି ଘଟଣାରେ ସପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ସୁଚନା ଥିବା ବେଳେ ଘଟଣାର ପୋଲିସ୍ ଅଧିକା ତଦନ୍ତ କରୁଥିବା ସାମ୍ବାଦିକ ସମ୍ନୀଳନୀରେ ସୁଚନା ଦେଇଛନ୍ତି ରାୟଗଡା ପୋଲିସ ଏସ୍ପି ବିବେକାନନ୍ଦ ଶର୍ମା ।

ଲୁଟ୍ ହୋଇଥିବା ବଳକା ସୁନା ଅଳଙ୍କାର ମଧ୍ୟ ପୋଲିସ ଅତିଶିଘ୍ର ଧରିବାକୁ ଚେଷ୍ଟା ଚଲାଇଥିବା ନେଇ ସୁଚନା ରହିଛି ଦେଇଛନ୍ତି ଏସପି । ଗତ ଏପ୍ରିଲ ୨୬ ତାରିଖରେ ସୁନା ବ୍ୟବସାୟୀ ଏସ୍ ବାବା ପ୍ରସାଦ ସୁନା ଅଳଙ୍କାର ସାଥିରେ ଧରି ଦୋକାନ ଖୋଲିବାକୁ ଆସିଥିଲେ । ଗାଡିରେ ବ୍ୟାଗ୍ ରଖି ଦୋକାନ ଖୋଲିବା ସମୟରେ ଦୁଇ ଅଭିଯୁକ୍ତ ଗାଡିରେ ଥିବା ସୁନା ଅଳଙ୍କାର ବ୍ୟାଗ୍ ଲୁଟ୍ କରି ଚମ୍ପଟ ମାରିଥିଲେ ।

ପୋଲିସ ଅଭିଯୋଗ ପାଇ ତିନୋଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ଦୁଇ ଜଣକୁ ଆସ୍କା ରୁ ଗିରଫ କରିଥିଲେ । ଲୁଟ୍ ପର୍ଦାଫାସ ପଛରେ ଗୁଣୁପୁର ପୋଲିସ ଏସ୍ଡିପିଓ ଅଜୟ ବାରିକ ଭୁମିକା ବହୁ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଥିଲା କହିଛନ୍ତି ରାୟଗଡା ଏସ୍ପି ।

Related Posts