କେଦାରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର: ହଟିଲା ଗର୍ଭଗୃହକୁ ପ୍ରବେଶ ପ୍ରତିବନ୍ଧକ

ଡେରାଡୁନ: କେଦାରନାଥ ଯାତ୍ରାଙ୍କ ପାଇଁ ଖୁସି ଖବର । ଧିରେ ଧିରେ ଏବେ ତୀର୍ଥଯାତ୍ରୀଙ୍କ ସଂଖ୍ୟା କ୍ରମଶଃ କମୁଥିବା କି ଦୃଷ୍ଟିରେ ରଖି ହିମାଳୟୀ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏନେଇ ବଦ୍ରିନାଥ-କେଦାରନାଥ କମିଟି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ଶନିବାର ସୂଚନା ଦେଇଛନ୍ତି ।

ଶ୍ରଦ୍ଧାଳୁଙ୍କ ମାତ୍ରାଧିକ ଭିଡ ହେବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ମେ 6ତାରିଖରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା । ମନ୍ଦିର ଗର୍ଭଗୃହରେ ସୀମିତ ସ୍ଥାନ ରହିଥିବାବେଳେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା।ତେଣୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

କମିଟି ଅଧ୍ୟକ୍ଷ କହିଛନ୍ତି ଯେ, କେଦାରନାଥ ଯାତ୍ରା ମେ ମାସରେ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରତିଦିନ ପ୍ରାୟ 16000 ରୁ 17000 ଶ୍ରଦ୍ଧାଳୁ କେଦାରନାଥ ଯାତ୍ରାରେ ଆସୁଥିଲେ। ଫଳରେ ତୀର୍ଥଯାତ୍ରୀମାନେ ସଭା ମଣ୍ଡପରୁ ଆଗକୁ ଯାଇ ପାରୁନଥିଲେ। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 2000ରୁ 3000କୁ ହ୍ରାସ ପାଇଛି। ଅଧ୍ୟକ୍ଷ ଆହୁରି କହିଛନ୍ତି ପ୍ରତିବର୍ଷ ଜୁନ 20 ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ହ୍ରାସ ପାଇଥାଏ। କାରଣ ମୌସୁମୀ ଯୋଗୁଁ କେଦାରନାଥ ଯାତାୟତ ପଥ ବାଧାପ୍ରାପ୍ତ ହୋଇଥାଏ। ସେହିପରି ଶୁଖିଲା ପାଗ ହେଲେ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ପୁନଃ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

Related Posts