କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର, ୬ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରାଖଣ୍ଡର କେଦାରନାଥ ଠାରେ ମଙ୍ଗଳବାର ଦିନ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେଦାରନାଥ ଧାମଠାରୁ ୨କିମି. ଦୂର ଗରୁଡ଼ଚଟ୍ଟିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଗୁପ୍ତକାଶୀରୁ ଉଡାଣ ଭରିଥିବା ଏହି ହେଲିକପ୍ଟର କେଦାରଘାଟୀ ଅଭିମୁଖେ ଆସିଥିବା ବେଳେ ଗରୁଡ଼ଚଟ୍ଟି ନିକଟରେ କ୍ରାସ୍ ହୋଇଥିଲା।ଏହି ହେଲିକପ୍ଟରରେ ୬ ଜଣ ଲୋକ ଥିଲେ । ତେବେ ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଓ ୪ ଜଣ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେହି ସମୟରେ ଖୁବ୍ ଜୋରରେ ବର୍ଷା ହେଉଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୧ ତାରିଖରେ ଦୁଇ ଦିନିଆ କେଦାରନାଥ ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଘଟିଛି ଏଭଳି ଅଘଟଣ ।

Related Posts