ଗୋରଖପୁର ମାମଲା; CAA ଓ NRCର କ୍ରୋଧରେ ମୁର୍ତାଜା ମନ୍ଦିର ଉପରକୁ ଆକ୍ରମଣ କରିଥିଲା ବୋଲି କଲା ସ୍ୱୀକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋରଖପୁରର ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ଅହମ୍ମଦ ମୁର୍ତାଜା ଗିରଫ ହୋଇଛନ୍ତି । ଏନେଇ ସାରା ଦେଶରେ ଚର୍ଚ୍ଚା ଥମିନଥିବାବେଳେ ମୁର୍ତାଜା ଆଉ ଏକ ଖୁଲାସା କରିଛନ୍ତି । ତେବେ ସେ ଏପରି କାହିଁକି ପଦକ୍ଷେପ ନେଇଥିଲେ ସେ ବିଷୟରେ ଆଜି ସ୍ପଷ୍ଟ କରିଛନ୍ତି । ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସିଏଏ-ଏନଆରସିରେ ମୁସଲମାନମାନଙ୍କୁ କ୍ଷତି ପହଞ୍ଚାଇବ । ତେଣୁ ଏହି କ୍ରୋଧ ହେତୁ ସେ ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ସେପଟେ ମୁର୍ତାଜାକୁ ଏପ୍ରିଲ ୩ ତାରିଖରେ ଗୋରଖନାଥ ମନ୍ଦିର କମ୍ପ୍ଲେକ୍ସରୁ ଗିରଫ କରାଯାଇଥିଲା। ମୁର୍ତାଜାର ସ୍ୱୀକାରୋକ୍ତି ଭିଡିଓରେ ଏହା ଦେଖାଯାଉଛି ଯେ ମୁଁ ଅନେକ ଦିନ ଡିପ୍ରେସନରେ ଥିଲି ଏବଂ ଶୋଇ ପାରିଲି ନାହିଁ । ଦେଶର ମୁସଲମାନମାନଙ୍କ ସହ ଭୁଲ ଘଟୁଛି ବୋଲି ମୁର୍ତାଜା କହିଛନ୍ତି। ମୁଁ ଏ ବିଷୟରେ ଚିନ୍ତିତ ଥିଲି । ଏହି ଆକ୍ରମଣ ସମ୍ପର୍କରେ ମୁର୍ତାଜା କହିଛନ୍ତି ଯେ ମୁଁ ନିଜକୁ ଏହି ଆକ୍ରମଣ ବିଷୟରେ ବୁଝାଉଥିଲି ଯେ ଏହା କିପରି ଯଥାର୍ଥ ହେବ। ସିଏଏ ଏବଂ ଏନଆରସି ମାଧ୍ୟମରେ ମୁସଲମାନମାନଙ୍କ ସହ ଭୁଲ ଘଟୁଛି।

ଏହି ସବୁ ଜିନିଷ ସହିତ ସେ ନିଜକୁ ଆକ୍ରମଣ ବିଷୟରେ ବାଝାଉଥିଲେ । ଏହା ସହ ମୁର୍ତାଜା କହିଛନ୍ତି ଯେ ସେ ଟେମ୍ପୋ ଦ୍ୱାରା ଗୋରଖପୁରରେ ପହଞ୍ଚିଥିଲେ । ଏହା ପରେ ସେ ଖୁରପି ଏବଂ ଅନ୍ୟାନ୍ୟ ଜିନିଷ ସହିତ ଗୋରଖପୁରରେ ପ୍ରବେଶ କଲେ । କର୍ଣ୍ଣାଟକ ହିଜାବ ବିବାଦ ସମ୍ପର୍କରେ ମୁର୍ତାଜା କହିଛନ୍ତି ଯେ କର୍ଣ୍ଣାଟକରେ ଯାହା ଆମ ସହ ଘଟୁଛି ତାହା ଭୁଲ । ତା’ ଠାରୁ ବଡ଼ ଭୁଲ ଯେ ମୁସଲମାନଙ୍କ ପାଇଁ ସିଏଏ ଓ ଏନଆରସି ଆସୁଛି । ସେ କହିଛନ୍ତି ଯେ ଗୋରଖପୁରକୁ ଆସି ଆକ୍ରମଣ କରି ଚାଲିଯିବେ ବୋଲି ସେ ଭାବିଥିଲେ । ହେଲେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲେ ବୋଲି ମୁର୍ତାଜା କହିଛନ୍ତି । ଅନ୍ୟପଟେ ଏହି ମାମଲାକୁ ଜାତୀୟ ଏଜେନ୍ସି ଦ୍ୱାରା ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଆହୁରି କିଛି ବଡ ଖୁଲାସା କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts