OTMକୁ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ: ମନ୍ତ୍ରୀ ରୀତା ସାହୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳ ଠଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ଉଠାଇଛନ୍ତି । ତେବେ ବିଧାୟକ ସୌଭିକ୍ ବିଶ୍ଵାଳ ପ୍ରସଙ୍ଗ ଉଠାଇ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ନେଇ ଠଟିଏମ ଜମି ନିଲାମ ହୋଇପାରିବନି । ଠଟିଏମ ପୁନରୁଦ୍ଧାର ନେଇ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାର ଷ୍ଟାଟସ୍ କ’ଣ ? ଚଳିତ ମାସ ୨୧ ତରିଖରେ ହାଇକୋର୍ଟରେ ଶୁଣାଣି ଅଛି ।

ଏହା ପୂର୍ବରୁ ସମସ୍ତ ନଥିପତ୍ର ପ୍ରସ୍ତୁତ କରି ଦାଖଲ କରିବାକୁ ବିଧାୟକ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ଠଟିଏମକୁ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଅବଗତ କରିଛନ୍ତି । ୩୭୨୦ ଜଣଙ୍କୁ ସ୍ଵେଚ୍ଛାକୃତ ଅବସର ଦିଆଯାଇ ୨୧୬୩ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts