ଢେଙ୍କାନାଳ ଜିଲ୍ଲାରେ ହୃଦୟ ବିଦାରକ ଘଟଣା, ସ୍ତ୍ରୀକୁ ହତ୍ୟାକରି କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ସ୍ବାମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସ୍ବାମୀ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କରିଛି । କେବଳ ସେତିକି ନୁହେଁ, ହତ୍ୟା କରିବା ପରେ ସ୍ତ୍ରୀର କଟାମୁଣ୍ଡକୁ ଧରି ରାସ୍ତାରେ ଚାଲିଚାଲି ଯାଉଥିବା ଦେଖାଯାଇଛି। ଦୀର୍ଘ ୧୨ କିଲୋମିଟର କଟା ମୁଣ୍ଡଟିକୁ ଧରି ଚାଲି ଚାଲି ଯିବା ପରେ ଲୋକଙ୍କ ହାତରେ ଧରା ପଡ଼ିଛି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଗ୍ରାମର ନାକଫୋଡି ମାଝୀ ନିଜ ସ୍ତ୍ରୀ ଚଞ୍ଚଳା ମାଝୀଙ୍କର ଗତକାଲି ବେକ କାଟି ନୃଶଂସ ଭାବେ ହତ୍ୟା କରିଥିଲା। ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁର ନିକଟରୁ ହାତରେ କଟାମୁଣ୍ଡ ଧରି ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଜଙ୍ଖିରା ନିକଟରେ ଅଟକାଇଥିଲେ। ପରେ ଗଂଦିଆ ଥାନା ପୁଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିଛି ଓ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ, ପାରିବାରିକ କଳହ କାରଣରୁ ସ୍ବାମୀ ଏହିଭଳି ନୃଶଂସ ହତ୍ୟାକାଣ୍ଡ ଘଟାଇଥିବା ଜଣାଯାଇଛି। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଥିବା କୁହାଯାଉଛି।

Related Posts