ଖାଇବା ତେଲ ଉପରେ ସରକାରଙ୍କ ବଡ ନିଷ୍ପତ୍ତି: ୨ ବର୍ଷ ପାଇଁ ହଟିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ଖାଇବା ତେଲ ଉପରେ ସରକାର ମଙ୍ଗଳବାର ବଡ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ-ଡିଜେଲ୍ ଶସ୍ତା କରିବା ପରେ ଏବେ ଖାଇବା ତେଲ ଶସ୍ତା କରିବା ନେଇ ଘୋଷଣା କରିଛନ୍ତି । ୨ ବର୍ଷ ପାଇଁ ସରକାର ତେଲ ଉପରୁ ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି। ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ଆମଦାନୀ ଶୁଳ୍କ ସମାପ୍ତ କରାଯାଇଛି। କୃଷି ଉପରେ ଲାଗୁଥିବା ଶୁଳ୍କ ଏବଂ ବିକାଶ ଉପରକୁ ମଧ୍ୟ ସମାପ୍ତ କରିଛନ୍ତି କେନ୍ଦ୍ର ସରକାର।

ସରକାରଙ୍କ ତରଫରୁ ଦୁଇ ଆର୍ଥିକ ବର୍ଷ ୨୦୨୨-୨୩, ୨୦୨୩-୨୪ ପାଇଁ ପ୍ରତି ବର୍ଷ ୨୦ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ସରକାର ସୀମା ଶୁଳ୍କ ଏବଂ କୃଷି ଆନୁସଙ୍ଗିକ ଶୁଳ୍କ ଏବଂ ବିକାଶ ଉପକରକୁ ସମାପ୍ତ କରାଯାଇଛି। ଅର୍ଥାତ ଏହି ଦୁଇ ଟ୍ୟାକ୍ସ ନଦେଇ ତେଲ ଆମଦାନୀ କରାଯାଇ ପାରିବ। ଏଥିରେ ତେଲ ଦାମ ହ୍ରାସ ପାଇବା ହ ଉପଭୋକ୍ତାଙ୍କୁ ବଡ ଆଶ୍ଵସ୍ତି ମିଳିବ।

Related Posts