ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରଙ୍କ କଡ଼ା ଚେତାବନୀ। ଏଣିକି ଜନଗଣନା କାମରେ ବାଧା ଦେଲେ ନିଆଯିବ କଠୋର ଆକ୍ସନ । ତେବେ ୨୦୨୭ ଜନଗଣନା ଚାଲିଛି । ଏଥିରେ ସ୍କୁଲ କର୍ମଚାରୀ ଓ ଶିକ୍ଷକଙ୍କୁ ସାମିଲ କରାଯାଇଛି । ହେଲେ କିଛି ବେସରକାରୀ ସ୍କୁଲ କର୍ତ୍ତୃପକ୍ଷମାନେ ଶିକ୍ଷକଙ୍କୁ ଜନଗକାରୀ ଓ ସୁପର ଭାଇଜର ଭାବେ କାମ କରିବାରେ ବାଧା ଦେଉଛନ୍ତି । ଯାହା ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଯାହାପରେ ଆକ୍ସନକୁ ଆସିଛି ରାଜ୍ୟ ସରକାର ।

ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ଏକ ନିର୍ଦ୍ଦେଶାନାମା ଜାରି କରିବାକୁ କୁହାଯାଇଛି । ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ରିଲିଭ କରିବା ବାଧ୍ୟତାମୂଳକ । ଅଯଥାରେ ଜନଗଣନା କାମରେ ଶିକ୍ଷକଙ୍କୁ ବଞ୍ଚିତ କରାଯିବନାହିଁ । ଯଦି କେହି ବି ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ ଏବଂ ଅବହେଳା କରନ୍ତୁ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।