ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଉଛନ୍ତି ଏମ୍. ରାମାରାଓ(୪୫)। ଏହି ଗଣ୍ଡଗୋଳରେ ତାଙ୍କ ଭାଇ ଏମ. କ୍ରିଷ୍ଣା ରାଇ ଓ ସମ୍ପର୍କୀୟ ଏମ. ଲାଛେୟ ଗୁରୁତର ଥିବା ଜଣାଯାଇଛି।

ତେବେ ଦୁଇ ଗୁରୁତରଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ଉଭୟ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଆକ୍ରମଣ ପରେ ଆକ୍ରମଣକାରୀ ଫେରାର ହୋଇଥିବା ଜଣାଯାଇଛି। ଖବର ପାଇ ଜରଡ଼ା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts