ପୁରୀରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଅତିକର ସହଯୋଗୀ ଗୁଡୁ ମୁସଲିମ୍‌ !

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ପୁରୀରେ ଲୁଚିଥିଲା କି ୟୁପି ଗ୍ୟାଙ୍ଗଷ୍ଟର ଅସଦର ମୁଖ୍ୟ ସହଯୋଗୀ ଗୁଡୁ ମୁସଲିମ୍‌ ? ପୁରୀରୁ ତାର ଶେଷ ଲୋକେସନ୍‌ ମିଳିଥିବା ନେଇ ଚର୍ଚ୍ଚା ଚାଲିଛି । ଅସଦକୁ ଗୁଳି କରି ହତ୍ୟା ପରେ କୁହାଯାଉଛି ଗୁଡୁ ମୁସଲିମ୍‌ ପୁରୀରେ ଆସି ଲୁଚିଥିଲା। ତେବେ ତାର ଶେଷ ଲୋକେସନ କର୍ଣ୍ଣାଟକ ଓ ପରେ ପୁରୀ ଦେଖାଉଥିବା ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହେଉଛି।

ସେପଟେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପୁରୀ ଏସପି କନଓ୍ଵର ବିଶାଲ ସିଂ । ସେ କହିଛନ୍ତି ପୁରୀ ପୋଲିସ ପାଖରେ ଗୁଡୁ ମୁସଲିମ ନେଇ କୌଣସି ସୂଚନା ନାହିଁ । ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଛି ଗୁଡୁ ମୁସଲିମ୍‌ । ମାଫିଆ ଡନ୍‌ ଅତିକ୍‌ର ସହଯୋଗୀ ଗୁଡୁ ମୁସଲିମ୍‌ । ବୋମା ଫିଙ୍ଗିବାରେ ସେ ମାହିର ।

ଅସରଦ ଓ ଗୁଲାମ୍‌କୁ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟର କରିବା ପରେ ପୋଲିସ ସ୍କାନରରେ ରହିଛି ଗୁଡୁ ମୁସଲିମ୍‌ । ଏନକାଉଣ୍ଟର ସମୟରେ ସେ ପୁରୀରେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା ନା ତାର ଫୋନ କୌଣସି ସହଯୋଗୀଙ୍କୁ ଦେଇ ପୋଲିସକୁ ସେ ଭୁଆଁ ବୁଲାଉଛି ତାହା ସ୍ପଷ୍ଟ ହୋଇନାହିଁ।

ସେପଟେ ଗୁଡୁକୁ ଧରିବା ପାଇଁ ଉତ୍ତରପ୍ରଦେଶ ଏସଟିଏଫ ଟିମ୍‌ ଅନେକ ସ୍ଥାନରେ ରେଡ୍‌ କରିଛି । ଗୁଡୁ ମୁସଲିମ୍‌ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ଉମେଶ ପାଲଙ୍କ ହତ୍ୟା ମାମଲାରେ ଥିବା ୧୦ ଅଭିଯୁକ୍ତଙ୍କ ଭିତରେ ଅଛି ଗୁଡ୍ଡୁ ମୁସଲିମ୍‌ । ପୁରୀ ପୂର୍ବରୁ କର୍ଣ୍ଣାଟକରେ ତାର ଲୋକେସନ ଟ୍ରାକ୍‌ କରାଯାଇଥିଲା । ଉମେଶ ପାଲ ହତ୍ୟା ପରେ ପ୍ରଥମେ ଝାନସୀ ପହଞ୍ଚିଥିଲା । ସେଠରେ ୫ ଦିନ ରହିଥିଲା ବୋଲି କୁହାଯାଉଛି ।

ସେପଟେ ଉମେଶ ପାଲ ହତ୍ୟା ମାମଲାରେ ଦୋଷୀ ଥିବା ୧୦ ଜଣଙ୍କ ମଧ୍ୟରୁ ଆତିକ୍ ଓ ତାର ଭାଇ ଅସରଫ୍ କୁ ମିଶାଇ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବାକି ଜୀବିତ ଥିବା ୪ ଜଣଙ୍କ ମଧ୍ୟରୁ ଗୁଡୁ ମୁସଲିମ ହେଉଛି ଅନ୍ୟତମ। ସେପଟେ ଆତିକ୍ ର ହତ୍ୟା ପରଠୁ ତାର ପତ୍ନୀ ସାହିସ୍ତା ମଧ୍ୟ ଫେରାର ଅଛି। ତେବେ ସାହିସ୍ତା ଓ ଗୁଡୁ ଏକାସାଙ୍ଗରେ ରହିଥିବା ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହେଉଛି। ତେବେ ଆତିକ୍ ର ସହଯୋଗୀ ଗୁଡୁ ମୁସଲିମ ପୁରୀରେ ଲୁଚିବା କଥା ସତ କି ସେ ପୋଲିସ କୁ ଚକମା ଦେବାପାଇଁ ଏଭଳି କରିଛି ତାହା ଦେଖିବାକୁ ବାକି ରହିଲା।

Related Posts