ନଭେମ୍ବର ୧ କିମ୍ବା ୨ରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା ହୋଇପାରେ ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନଭେମ୍ବର ୧ କିମ୍ବା ୨ରେ ତାରିଖ ଘୋଷଣା କରିପାରନ୍ତି। ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବିରୋଧୀ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ, ହିମାଚଳ ପ୍ରଦେଶର ତାରିଖ ଘୋଷଣା ହେବା ପରେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ହୋଇଆସୁଥିଲା।

ତେବେ ଏହି ନିର୍ବାଚନ ୨ଟି ପର୍ଯ୍ୟାୟରେ ହୋଇପାରେ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୩୦ କିମ୍ବା ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୪ କିମ୍ବା ୫ରେ ହୋଇପାରେ। ଏଥିସହ ଡିସେମ୍ବର ୮ରେ ଫଳାଫଳ ଆସିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଗୁଜୁରାଟ ନିର୍ବାଚନକୁ ନେଇ ଭାଜପା, କଂଗ୍ରେସ ଏବଂ ଏଏପି ଜୋରଦାର ପ୍ରସ୍ତୁତି ଚଳାଇଛି। ଏହି ୩ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି।

Related Posts