
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସାରିଛି। ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) ଦୀର୍ଘ ୨୭ ବର୍ଷ ଧରି ଶାସନରେ ରହିଛି ଓ ଏହାକୁ ବଜାୟ ରଖିବା ପାଇଁ ଦଳ ଲକ୍ଷ୍ୟ ରଖିଛି। ଏହି କାରଣରୁ ଗୁଜରାଟରେ ବିଜେପି ନିଜର ଉପରେ ପରିବାରବାଦର ଅଭିଯୋଗ ଆଣିବାକୁ ଚାହେଁନି। ବିଜେପି ସାଂସଦ-ବିଧାୟକ ନିଜର ପରିବାର ଲୋକଙ୍କ ପାଇଁ ଲଗାତାର ଭାବରେ ଟିକେଟ ଦାବିକୁ ଦେଖି ବିଜେପି ହାଇ କମାଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ଗୁଜରାଟ ନିର୍ବାଚନରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ପରିବାରର ସଦସ୍ୟଙ୍କୁ ଟିକେଟ ଦିଆଯିବନି।
ବିଜେପିର ଦଳୀୟ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଗୁଜରାଟ ନିର୍ବାଚନରେ ବିଜେପି ଏହା ଦେଖାଇବାକୁ ଚେଷ୍ଟା କରୁଛି ଯେ ଦଳ ପରିବାରବାଦ ବିରୋଧରେ ରହିଛି। ଏହି କାରଣରୁ ବିଜେପି ହାଇକମାଣ୍ଡ ଟିକେଟ ମାଗୁଥିବା ନିଜର ସବୁ ନେତାଙ୍କୁ କହିଛନ୍ତି ଯେ, ଗୁଜରାଟ ବିଧାନସଭା ନିର୍ବାଚନରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦିଆଯିବ ନାହିଁ।
ସୂଚନା ଅନୁସାରେ, ଗୁଜରାଟରେ ୩୦ ନେତା(ସାଂସଦ-ବିଧାୟକ) ନିଜର ପରିବାରର କୌଣସି ନା କୌଣସି ସଦସ୍ୟଙ୍କ ପାଇଁ ଟିକେଟ ଆଶାରେ ରହିଛନ୍ତି ଓ ନିଜ ନିଜ ଲବି ଚଳାଇଛନ୍ତି। ତେବେ ଶୁକ୍ରବାର ଦଳର ସାଂସଦ ମନସୁଖ ଭସଭା ଟ୍ବିଟ୍ କରି ଏହି ସୂଚନା ଦେଇଥିଲେ ଯେ, ସେ ନିଜର ଝିଅ ପାଇଁ ଟିକେଟ ମାଗିଥିଲେ, କିନ୍ତୁ ହାଇକମାଣ୍ଡ ନିମୟକୁ ଦର୍ଶାଇ ମନା କରିଥିଲେ। ଭସଭା ଲେଖିଛନ୍ତି, ସେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି ଓ ଏହାକୁ ପାଳନ କରିବେ।