ଗୋଏଲକେରା ସର୍ଜନ ବୁରୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ୫ ଯବାନ ଆହତ

ରାଉରକେଲା : ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ଗୋଏଲକେରା ସର୍ଜନ ବୁରୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ଏଥିରେ ୫ ସିଆର୍‌ପିଏଫ୍‌ ଯବାନ ଗୁଳି ବାଜି ଆହତ ହୋଇଛନ୍ତି । ଆସନ୍ତା କାଲିଠାରୁ ୮ ତାରିଖ ପଯ୍ୟନ୍ତ ନକ୍ସଲଙ୍କ PLGA ସପ୍ତାହ ।

ଏହି PLGA ସପ୍ତାହ ପାଇଁ ଟପ ନକ୍ସଲ ନେତା ଅନମୋଲ ଓରଫ ସମରଜୀ, କେନ୍ଦ୍ରୀୟ କମିଟି ସଦସ୍ୟ ମିଶିର ବେଶ୍ରା ବୈଠକ କରିଥିଲେ । ଖବର ପାଇ CRPF, ଝାଡ଼ଖଣ୍ଡ ଆର୍ମସ ଫୋର୍ସ, ଝାଡ଼ଖଣ୍ଡ ଜାଗୁଆର ଫୋର୍ସ ସର୍ଚ୍ଚ ଅପରେସନ କରିଥିଲେ ।ପ୍ରଥମେ ନକ୍ସଲ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାକୁ ନେଇ ପାଲଟା ଗୁଳିମାଡ଼ କରିଥିଲେ ସୁରକ୍ଷା କର୍ମୀ । ଅନ୍ୟପଟେ କେତେଜଣ ନକ୍ସଲ ଆହତ କି ମୃତ ତାହା ଜଣାପଡିନାହିଁ । ଏନେଇ ତଦନ୍ତ ଜାରି ରହିଛି ।

Related Posts