ହକି ବିଶ୍ୱକପ୍ ସମୟରେ ବନ୍ଦ ରହିବ ରାଉରକେଲାର ୨୨ଟି ସ୍ପଞ୍ଜ ଆଇରନ୍ କାରଖାନା

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ଜାନୁୟାରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ଥିବା ୨୨ଟି ସ୍ପଞ୍ଜ ଆଇରନ୍ କାରଖାନା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମ୍ୟାଚ୍ ସମୟରେ ସ୍ୱଚ୍ଛ ପରିବେଶ ପାଇଁ ଏଭଳି ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ସୂଚନା ଅନୁସାରେ, ୨୨ଟି ସ୍ପଞ୍ଜ ଆଇରନ୍ ବିଶ୍ୱକପ୍ ସମୟରେ ବନ୍ଦ ରହିବ । ଏନେଇ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ୍ ବୋର୍ଡ କଲୁଙ୍ଗା, କୁଆଁରମୁଣ୍ଡା ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ କାରଖାନାକୁ ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଅପରେସନ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଲୁଙ୍ଗା ଓ କୁଆଁରମୁଣ୍ଡାର ବିଭିନ୍ନ ଶିଳ୍ପସଂସ୍ଥାକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ନିର୍ଦ୍ଦେଶନାମା ଜାରି କରିଛି । ଏହା ଫଳରେ ପ୍ରାୟ ୬ ହଜାର ଶ୍ରମିକ ପ୍ରଭାବିତ ହେବେ । ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

ବିର୍ସା ମୁଣ୍ଡା ଦେଶର ବଡ଼ ହକି ଷ୍ଟାଡିୟମ୍ ଭାବେ ନିର୍ମିତ ହୋଇଥିବା ବେଳେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଚଳିତ ବିଶ୍ୱକପରେ ରାଉରକେଲାରେ ପ୍ରାୟ ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ ।

Related Posts