ସୋନପୁର ତେଲିପଡା ଅଞ୍ଚଳରେ ଗୁଳିକାଣ୍ଡ: ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର

ବଲାଙ୍ଗୀର : ସମ୍ପକରେ ଲାଗିଲା ରକ୍ତର ଛିଟା । ଗୁଳିକାଣ୍ଡରେ ଥରିଲା ତେଲିପଡା । ପୁତୁରାର ଗୁଳିମାଡ଼ରେ ଗୁରୁତର ଆହତ ହେଲା ଖୁଡ଼ୀ । ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ତେଲିପଡା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି ।

ଗୁରୁତର ମହିଳା ଜଣଙ୍କ ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର।

ଖବର ଅନୁଯାୟୀ, ପୁତୁରା ଦେବପ୍ରକାଶ ଖୁଡ଼ୀ ଅନିମା ମହାପାତ୍ରଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଯାହାଫଳରେ ଅନିମା ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସେପଟେ ଖବର ପାଇ ତରଭା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗୁଳିକାଣ୍ଡ ଘଟାଇ ଦେବପ୍ରକାଶ ମହାପାତ୍ର ଫେରାର ହୋଇଛନ୍ତି। ପୋଲିସ ତାଙ୍କୁ ଖୋଜାଖୋଜି କରୁଛି ।

Related Posts