ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ୱାମୀ

ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ | ଦୁହେଁ ପରସ୍ପରକୁ ୭ଜନ୍ମ ପାଇଁ ଜୀବନ ସାଥି ଭାବେ ପାଇବା ପାଇଁ ପ୍ରତିଶୃତି ଦେଇଥାନ୍ତି | ମାତ୍ର ଅନେକ ସମୟରେ ଭୁଲ ବୁଝାବଣା ଓ ପରିବାରଙ୍କ ଅଶାନ୍ତି ଏକ ଭୟଙ୍କର ରୂପ ଧାରଣ କରିଥାଏ | ଯାହାର ଫଳ ସ୍ୱରୂପ ମୃତ୍ୟୁ ହିଁ ଆସିଥାଏ | ତେବେ ଏପରି ଏକ ପରିବାରକ କଳହର ଚିତ୍ର ସାମ୍ଙ୍କୁ ଆସିଛି | ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ନୃଶଂସ ସ୍ୱାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ l

ସୂଚନା ଅନୁସାରେ, ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି ବହଲପଦର ଗ୍ରାମର ଖେଡୁ ପଧାନଙ୍କ ଝିଅ ମମତାଙ୍କୁ ୧୧ ବର୍ଷ ତଳେ ବିବାହ କରିଥିଲେ l ଶଙ୍କର ବିଭିନ୍ନ ସମୟରେ ତାଙ୍କ ସ୍ତ୍ରୀ ମମତାଙ୍କୁ ମାଡ ମାରୁଥିଲେ l ଶନିବାର ସନ୍ଧ୍ୟା ସମୟରେ ଉଭୟ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଏଥିରେ ଉତକ୍ଷିପ୍ତ ହୋଇ ଶଙ୍କର ମାଡ ମାରିଥିଲେ । ଫଳରେ ମମତା ଗୁରୁତର ହୋଇଥିଲେ l

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ l ମାତ୍ର ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ମମତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଁଚି ଥିଲେ । ମମତାଙ୍କୁ ପିଟିପିଟି ମାରିଦେଇଥିବା ମୃତକଙ୍କ ବାପା ଖେଡୁ ପଧାନ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି |

Related Posts