ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଘରୋଇ ଆଇଟିଆଇ କେନ୍ଦ୍ରରେ ଛାତ୍ରଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ । ଫଳରେ ରାତି ଅନ୍ଧାରରେ ୩୦ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଇଟିଆଇ ଛାତ୍ର । ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଠାରେ ଥିବା ବୈଷୟିତ ତାଲିମ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ମାନସିକ ଓ ଶାରିରୀକ ନର୍ଯାତନାର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ନ୍ୟାୟ ପାଇଁ ରାତିରେ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ୧୨ ଜଣ ଛାତ୍ର ।

ଘରୋଇ ଆଇଟିଆଇ କଲେଜର କର୍ତ୍ତୃପକ୍ଷ କିଛି ଆଦିବାସୀ ପିଲାମାନଙ୍କୁ ପାଠପଢ଼ାଇବା ନାଁରେ ମିଛ ପ୍ରଲଭନ ଦେଖାଇ ଘରୁ ନେଇ ଆସି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । କଲେଜ କର୍ତ୍ତୃପକ୍ଷ କିଛି ପିଲା ମାନଙ୍କୁ ମେସରୁ ବାହାର କରିଦେଇଥିବା ବେଳେ ୧୨ଜଣ ପିଲା ଗତକାଲି ସଂଧ୍ୟାରେ ପାଖାପାଖି ୧୨ କି.ମି. ଚାଲିଚାଲି ଯାଇ କୁଳିଅଁଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ପରେ ନ୍ୟାୟ ପାଇଁ ପୁଣି ରାତିରେ ୧୮ କି.ମି ଚାଲିଚାଲି ଯାଇ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯାଳୟରେ ଭୋର ୪ ଟାରେ ପହଞ୍ଚିଥିଲେ ।