ଗୃହମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ହରିଶ ରାୱତ; କହିଲେ ଯଦି ମୁଁ ଦୁର୍ନୀତି ପାଇଁ ଦୋଷୀ ସାବ୍ୟସ୍ତ ହୁଏ, ତାହାଲେ ରାଜନୀତି ଛାଡ଼ିଦେବି

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଯାଇଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ପ୍ରଚାର କରିବାରେ ଲାଗିଛନ୍ତି । ପ୍ରଚାର ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହା ଗଢ଼ବାଲ ମଣ୍ଡଳରେ ଦ୍ୱାର ଦ୍ୱାର ଯାଇ ପ୍ରଚାର କରିଥିଲେ । ଏବଂ କଂଗ୍ରେସ ଭ୍ରଷ୍ଟାଚାର ଦଳ ବୋଲି କହିଥିଲେ । କେବଳ ଏତିକି ନୁହେଁ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛେଇ ନଥିଲେ ଗୃହମନ୍ତ୍ରୀ । ତେବେ ହରିଶ ରାୱତ ସରକାର ଦୁର୍ନୀତି ଏବଂ ଷ୍ଟିଙ୍ଗ ଅପରେସନରେ ଲିପ୍ତ ଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟିର ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ମଧ୍ୟ ଭ୍ରଷ୍ଟାଚାର କଥା ସାମ୍ନାକୁ ଆସି ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ । ସେପଟେ ଅମିତ ଶାହାଙ୍କୁ ଜବାବ ଦେଇ ହରିଶ ରାୱତ କହିଛନ୍ତି ଯେ ବିଜେପି ବର୍ତ୍ତମାନ କ୍ଷମତାରେ ଅଛି । ଯଦି ସାହସ ଅଛି ତ ଷ୍ଟିଙ୍ଗ ଅପରେସନର ଯାଞ୍ଚ କରି ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଯଦି ମୁଁ ଏଥିରେ ଦୋଷୀ ସାବ୍ୟସ୍ତ ହୁଏ ତାହାଲେ ମୁଁ ରାଜନୀତି ଛାଡ଼ିଦେବି ବୋଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି । ଏହା ସହ ତାଙ୍କୁ ଜଣେ ବାହାର ଲୋକ ଏବଂ ପାରାଚ୍ୟୁଟ୍ ପ୍ରାର୍ଥୀ ବୋଲି ବିଜେପି ପ୍ରାର୍ଥୀମାନେ କହିଆସୁଛନ୍ତି । ସେମାନଙ୍କୁ ଜାଣିବା ଦରକାର ଯେ ୧୯୮୦ ପରଠାରୁ ଆମେ ଏଠାରେ ଥିବା ଲୋକଙ୍କ ସହ ଜଡିତ। ଏଠାରେ ଅଧିକାଂଶ ଲୋକ ଆଲମୋରା, ବାଗେଶ୍ୱର, ପିଥୋରାଗଡର ବାସିନ୍ଦା ଅଟନ୍ତି । ଏହି ସମସ୍ତ କ୍ଷେତ୍ର ତାଙ୍କର କାର‌୍ୟ୍ୟକ୍ଷେତ୍ର ଅଟେ । ରାୱତ କହିଛନ୍ତି ଯେ ତାଙ୍କର ୫୫ ବର୍ଷର ରାଜନୈତକ କ୍ୟାରିଅରରେ ସେ କେବେ ଘର କିଣିନଥିଲେ, ସବୁବେଳେ ଭଡା ଘରେ ରହିଆସୁଛନ୍ତି ବୋଲି ହରିଶ ରାୱତ କହିଛନ୍ତି । ସେପଟେ ଯଦି ମୁଁ କେଉଁଠାରୁ ଆସିଛି ସେ ବିଷୟରେ ଯଦି ସେମାନେ ସମାନ କଥା ପୁନରାବୃତ୍ତି କରନ୍ତି, ତେବେ ବିଜେପିକୁ ମଧ୍ୟ ଏହାର ଅନୁସନ୍ଧାନ କରିବାକୁ ପଡ଼ିବ। ଏହି ପାର୍ଟି ବ୍ରିଟିଶମାନଙ୍କ କୋଳରେ ଜନ୍ମ ନେଇଛି ବୋଲି ହରିଶ ରାୱତ କହିଛନ୍ତି ।

Related Posts