ଭୁବନେଶ୍ୱର,୮/୧୦(ସତ୍ୟପାଠ ବ୍ୟୁରୋ): ହରିୟାଣା ବିଧାନସଭାର ଜୁଲାନା ଆସନରୁ ଗ୍ରେସ ପ୍ରାର୍ଥୀ ତଥା ରେସଲେର୍ ଭିନେଶ ଫୋଗାଟ ବାଜିମାତ କରିଛନ୍ତି। କୁସ୍ତି ମୈଦାନ ପରେ ରାଜନୀତି ମୈଦାନରେ ବି ଭିନେଶଙ୍କୁ ମିଳିଛି ବଡ଼ ସଫଳତା। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ୬,୦୧୫ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଭିନେଶ।
ତେବେ ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ କୁମାର ମୋର ୫୯୦୧୫ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ସୁରେଶ ଲାଥର ମୋଟ ୧୦୧୫୮ ଭୋଟ ପାଇଛନ୍ତି । ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ। ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ।
ପ୍ରକାଶ ଥାଉକି, ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା। ଆଜି ହରିୟାଣା ସମେତ ଜମ୍ମୁ-କଶ୍ମୀରରେ ଭୋଟ୍ ଗଣତି ହେଉଛି। ହରିୟାଣାରେ ବିଜେପି ଆଗରେ ଥିବାବେଳେ ଜମ୍ମୁ-କଶ୍ମୀରରେ କଂଗ୍ରେସ ଆଗରେ ରହିଛି।