ରାକ୍ଷୀ ବନ୍ଧନ ପୂର୍ବରୁ ହରିଆଣା ସରକାର ଦେଲେ ଉପହାର: ସରକାରୀ ବସରେ ଦୁଇଦିନ ପାଇଁ ଯାତ୍ରା ମାଗଣା

ନୂଆଦିଲ୍ଲୀ: ଆଗକୁ ଆସୁଛି ରାକ୍ଷୀ ବନ୍ଧନ। ଭାଇ ଓ ଭଉଣୀର ପବିତ୍ର ସମ୍ପର୍କ ର ପର୍ବ । ଏଥିପାଇଁ ଏବେ ଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦୋକାନ ବଜାର ସବୁଠି ଦେଖିବାକୁ ମିଳୁଛି ରାକ୍ଷୀର ଆସରା । ସେପଟେ ସବୁ ଭଉଣୀଙ୍କ ପାଇଁ ଆଗୁଆ ଉପହାର ଦେଇଛନ୍ତି ହରିଆଣା ସରକାର।

ହରିଆଣା ସରକାରୀ ବସରେ ଦୁଇଦିନ ପାଇଁ ମହିଶା ଯାତ୍ରା ମାଗଣା ହେବ। ଏନେଇ ଶୁକ୍ରବାର ଟ୍ୱିଟ୍ କରି ସୁଚନା ଦେଇଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ୍ ଖଟ୍ଟର।

ହରିଆଣା ସିଏମ୍‌ଓ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି “ ହରିଆଣା ସରକାର ମହିଳାମାନଙ୍କୁ ରକ୍ଷାବନ୍ଧନର ଉପହାର ଦେଇ ଚଳିତ ବର୍ଷକ ବି ହରିଆଣା ପରିବହନରେ ଥିବା ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ମାଗଣା ଯାତ୍ରାର ସୁବିଧା ୧୦ ଅଗଷ୍ଟ, ୨୦୨୨ ଦିନ ୧୨ଟାରୁ ୧୧ ଅଗଷ୍ଟ ରାକ୍ଷୀ ବନ୍ଧର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ରହିବ। ”

ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ମୁଲଚନ୍ଦ ଶର୍ମା ଶୁକ୍ରବାର ସୂଚନା ଦେଇଥିଲେ। ୧୧ ଅଗଷ୍ଟରୁ ମାଗଣା ବସ୍‌ ଯାତ୍ରା ଆରମ୍ଭ ହେବ ବୋଲି ସେ କହିଥିଲେ। ମହିଳାମାନଙ୍କ ଠାରୁ ଆରମ୍ବ କରି ୧୫ ବର୍ଷୀୟ ନାବାଳିକମାନଙ୍କ ପାଇଁ ଏହି ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ମନ୍ତ୍ରୀ କହିଥିଲେ ଯେ ରକ୍ଷା ବନ୍ଧନରେ ମାଗଣା ବସ୍‌ସେବା ଯୋଗାଇ ଦିଆଯାଉଥିଲା। ହେଲେ କରୋନା ସମୟରେ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା। ଏବେ ସ୍ଥିତି ସୁଧୁରୁଥିବାରୁ ଏହି ସେବା ପୁଣିଥରେ ଆରମ୍ଭ କରାଯାଇଛି ।

Related Posts