
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଦେଶରେ ଶିଶୁ ଯୌନ ଶୋଷଣରେ ପୋସ୍କୋ ମାମଲା ନେଇ ଆଜି ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ୨୦୨୦ରେ ଦେଶରେ ମୋଟ ୪୭,୨୨୧ ମାମଲା ପଞ୍ଜିକୃତ ହୋଇଛି। ଏହି ମାମଲା ମଧ୍ୟରୁ ଦୋଷୀ ସାବ୍ୟସ୍ତ ହାର ୩୯.୬% ରହିଛି। ଶୁକ୍ରବାର ସଂସଦରେ ଆଲୋଚନା ବେଳେ କମ୍ୟୁନିଷ୍ଟପାର୍ଟି ସାଂସଦ ଏସ୍ ଭେଙ୍କେଟେସନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ।
ନ୍ୟାସ୍ନାଲର କ୍ରାଇମ ରିକର୍ଡସ୍ ବ୍ୟୁରୋ(NCRB)ର ଦ୍ୱାରା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସଂଗୃହୀତ ତଥ୍ୟକୁ ସେ ସଂସଦରେ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ଦେଶର ମୋଟ ମାମଲା ମଧ୍ୟରୁ ୟୁପିରେ ସର୍ବାଧିକ ୬,୮୯୮ ଟି ଶିଶୁ ଯୌନ ଶୋଷଣା ମାମଲା ପଞ୍ଜିକୃତ ହୋଇଛି। ତା ପଛକୁ ମହାରାଷ୍ଟ୍ରରେ ୫,୬୮୫ଟି ଓ ମଧ୍ୟପ୍ରଦେଶରେ ୫,୬୫୪ଟି ପଞ୍ଜିକୃତ ହୋଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ତଥ୍ୟ ଅନୁସାରେ, ୟୁପିରେ ଦୋଷୀ ସାବ୍ୟସ୍ତ ହାର ୭୦.୭% ଥିବା ବେଳେ ମହାରାଷ୍ଟ୍ରର ଓ ମଧ୍ୟପ୍ରଦେଶରେ ଏହି ହାର ଯଥାକ୍ରମେ ୩୦.୯% ଓ ୩୭.୨% ରହିଛି।