ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୧୦୦ ଦିନରୁ ଉର୍ଦ୍ଧ ଜେଲ ରେ ରହି ଫେରିଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଜେଲର ଅନ୍ଧାର କୋଠରୀର ପୀଡ଼ା ବଖାଣିଛନ୍ତି । ୧୫ ଦିନ ଧରି ଏକ ଅଣ୍ଡା ସେଲରେ ରଖି ଯନ୍ତ୍ରଣା ଦିଆଯାଉଥିଲା । ସୂର୍ଯ୍ୟଙ୍କୁ ଦେଖିବା ମୋ ପାଇଁ ସ୍ବପ୍ନ ଥିଲା । ଜେଲର ଗୋଟିଏ ଘଣ୍ଟା ଶହେ ଦିନ ଭଳି ଲାଗୁଥିଲା । ଜେଲରେ ରହି ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଛି। ଜେଲରେ ରହିବା ସମୟରେ ୧୦ କେଜି ଓଜନ ହରାଇଛି।ଏକ ଜାତୀୟ ସ୍ତର ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କିଛି ଏଭଳି ଜେଲର ୧୦୦ ଦିନର ଦୁଃଖ ବଖାଣିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଓତ ।
ସେ କହିଛନ୍ତି ଯେ, ଜେଲର ଏକ ଅଣ୍ଡା ସେଲରେ ତାଙ୍କୁ ରଖି ଯନ୍ତ୍ରଣା ଦିଆଯାଉଥିଲା । ୧୫ ଦିନ ସୂର୍ଯ୍ୟାଲୋକ ନଦେଖି ସ୍ବାସ୍ଥ୍ୟାବସ୍ଥା ଖରାପ ସ୍ତରକୁ ଚାଲିଛି ଯାଇଛି । ଏପରିକି ଦୃଷ୍ଟିଶକ୍ତି ମଧ୍ୟ କମଜୋର ହୋଇ ଯାଇଛି। ୧୦୦ ଦିନ ଯନ୍ତ୍ରଣାରେ ଛଟପଟ ହୋଇଥିଲି ବୋଲି ଶିବସେନାର ଏହି ବରିଷ୍ଠ ନେତା କହିଛନ୍ତି । ମହାରାଷ୍ଟ୍ରରେ ଶିବସେନା ସରକାର ଗଢ଼ିବା ନେଇ କିଛି ଲୋକ ପସନ୍ଦ କରୁଥିଲେ । ମହାବିକାଶ ଆଘାଡ଼ି, ସରକାର ଗଢିବାର କିଛି ଦିନ ମଧ୍ୟରେ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା ଘୋଡ଼ା ବେପାର । ସରକାର ଭାଙ୍ଗିବାକୁ ବିରୋଧୀ ସମସ୍ତ ପ୍ରକାରର ଉଦ୍ୟମ କରିଥିଲେ । ପ୍ରତିଦିନ ନେତାମାନଙ୍କୁ ଧମକ ମିଳୁଥିଲା । ସରକାରଙ୍କୁ ଅସ୍ଥିର କରିବାକୁ ଯାଞ୍ଚ ଏଜେନ୍ସିକୁ ଅପବ୍ୟବହାର କରାଯାଇଥିଲା । ଏନେଇ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କୁ ଚିଠି ଲେଖି ଜଣାଇଥିଲି ,ହେଲେ କୌଣସି ସୁଫଳ ମିଳିଲାନି ବୋଲି ସଞ୍ଜୟ ରାଓତ କହିଛନ୍ତି ।
ଘୋଡ଼ା ବେପାର କରି ମହାରାଷ୍ଟ୍ରରେ ମହାବିକାଶ ଆଘାଡ଼ି ସରକାରକୁ ଭାଙ୍ଗି ଦିଆଯାଇଛି । କିଛି ବିଧାୟକଙ୍କୁ କିଣି ନିଆଯାଇଛି । ମୋତେ ଚୁପ୍ ରହିବାକୁ କୁହାଯାଇଥିଲା। ମୁଁ ସରେଣ୍ଡର ନକରିବାରୁ ଜେଲ୍ ପଠାଇ ଦିଆଗଲା ବୋଲି ସଞ୍ଜୟ ରାଓତ କହିଛନ୍ତି । ଦେଶରେ ପ୍ରତ୍ୟେକ ରାଜ୍ୟ ଏପରି ଚାଲିଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ସରକାର ଭାଙ୍ଗିକୁ ଉଦ୍ୟମ ଚାଲିଛି । ସ୍ଥିର ସରକାରକୁ ଅସ୍ଥିର କରିବାକୁ ଯାଞ୍ଚ ଏଜେନ୍ସିର ଅପବ୍ୟବହାର କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ବୁଲିବାରେ ବ୍ୟସ୍ତ ରହିଛନ୍ତି, ଅନ୍ୟପଟେ ବିଜେପି ବିଧାୟକ ମାର୍କେଟିଂରେ ଲାଗି ପଡ଼ିଛି । ଏଠି ଆଇନ ବ୍ୟବସ୍ଥା ଏକ ତରଫା କାମ କରୁଛି ବୋଲି ସେ କହିଛନ୍ତି । ଭ୍ରଷ୍ଟାଚାର ହଟାଇବାକୁ ହେଲେ ସମସ୍ତେ ଏକଜୁଟ୍ ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଓତ
