ହେଭିୱେଟଙ୍କୁ ପରାସ୍ତ କରି ଭଦ୍ରକ ମ୍ୟୁନିସିପାଲିଟି ଅଧ୍ୟକ୍ଷା ହେବା ପରେ ଭଦ୍ରକବାସୀଙ୍କୁ ଧନ୍ୟବାଦ ଜଣାଇଲେ ସ୍ୱାଧୀନପ୍ରାର୍ଥୀ ଗୁଲମୁକି ଦଲାୱାଜୀ ହବିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହେଭିୱେଟଙ୍କୁ ପରାସ୍ତ କରି ଭଦ୍ରକ ମ୍ୟୁନିସିପାଲିଟି ଅଧ୍ୟକ୍ଷା ହେବା ପରେ ଭଦ୍ରକବାସୀଙ୍କୁ ଧନ୍ୟବାଦ ଜଣାଇଲେ ସ୍ୱାଧୀନପ୍ରାର୍ଥୀ ଗୁଲମୁକି ଦଲାୱାଜୀ ହବିବ । ଗୁଲମାକି ୩୨୫୬ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ଗୁଲମାକି ଦଲୱାଜି କହିଛନ୍ତି, ବିଜୟୀ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ତାଙ୍କ ବିନା ଏହା ସମ୍ଭବ ହୋଇପାରିନଥା’ନ୍ତା। ସବୁ ଭଦ୍ରବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେମାନଙ୍କ ଆଶୀର୍ବାଦ ବିନା ମୁଁ ଏଠାକୁ ଆସିପାରି ନଥା’ନ୍ତି।

ମୁଁ ସେମାନଙ୍କ ଭରସାକୁ କେବେ ତୁଟିବାକୁ ଦେବିନାହିଁ। ଭଦ୍ରକ ମ୍ୟୁନିସିପାଲିଟିର ୩୦ ୱାର୍ଡର ବିକାଶ କରିବି। ଡ୍ରେନେଜ, ମେଡିକାଲ୍ ସେବା, ରାସ୍ତା, ଶିକ୍ଷା ଓ ଅନ୍ୟନ୍ୟା ସମସ୍ୟାକୁ ସମାଧାନ କରିବି। ଆମେ ସମସ୍ତେ ମିଶି ଭଦ୍ରକକୁ ଏକ ସୁନ୍ଦର, ସ୍ୱଚ୍ଛ ଓ ଉନ୍ନତ ସହରରେ ପରିଣତ କରିବା। ଭଦ୍ରକରେ ଯେମିତି ଆମର ଭାଇଚାରା ଓ ଏକତା ଥିଲା, ଠିକ୍ ସେମିତି ଅଛି ଏବଂ ସବୁବେଳେ ରହିବ ବୋଲି ଗୁଲ୍ମାକି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts