ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ପର‌୍ୟ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକୁର ବିଦ୍ରୋହୀ ଶିବସେନା ନେତାଙ୍କୁ ଚ୍ୟାଲେଞ୍ଜ କରି ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି । ବିଦ୍ରୋହୀ ବିଧାୟକମାନେ ମୁମ୍ବାଇକୁ ଆସି ମୋ ଆଖିରେ ଦେଖିବା ଉଚିତ୍ । ଆମେ କେଉଁ ଭୁଲ କରିଛୁ ଏହା ମଧ୍ୟ କହିବା ଉଚିତ ବୋଲି କହିଛନ୍ତି । ଏହା ସହ ଆଦିତ୍ୟ ଠାକରେ ଶିନ୍ଦେ କ୍ୟାମ୍ପକୁ “ବିଶ୍ୱାସଘାତକ” ବୋଲି କହିଛନ୍ତି। ଯିଏ ବିଶ୍ୱାସଘାତ କରେ ସେ କେବେ ହେଲେ ବିଜୟ ହୋଇ ପାରିବ ନାହିଁ । ଆମର ବିଶ୍ୱାସ ଅଛି ଆମେ ଜିତିବୁ ବୋଲି ଆଦିତ୍ୟ ଠାକରେ କହିଛନ୍ତି ।

ସେପଟେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଆଦିତ୍ୟଙ୍କ ଏପରି ବୟାନ ସାମ୍ନାକୁ ଆସିଛି । ୱର୍ଲିରେ, ଆଦିତ୍ୟ ଠାକରେ କହିଛନ୍ତି, “ଜୀବନ ଯାଉ ହେଲେ ବଚନ ନଯାଉ । ଯେଉଁମାନେ ପ୍ରତାରଣା କରନ୍ତି, ସେମାନେ କଦାପି ଜିତନ୍ତି ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ଆଦିତ୍ୟ ଠାକରେ କହିଥିଲେ ଯେ ପ୍ରକୃତ ଟାଇଗର ପଳାୟନ କରେ ନାହିଁ। ସେ ଆସାମରେ କ୍ୟାମ୍ପ କରୁଥିବା ବିଧାୟକମାନଙ୍କୁ ବନ୍ଦୀ ବୋଲି କହିଥିଲେ। ଆଦିତ୍ୟ କହିଛନ୍ତି ଯେ ଥାନେରେ ରହୁଥିବା ସମୟରେ ଏକନାଥ ସିନ୍ଦେଙ୍କର ବିଦ୍ରୋହ କରିବାର ସାହସ ନାହିଁ, ତେଣୁ ସେ ପ୍ରଥମେ ସୁରଟ ଏବଂ ପରେ ଗୁଆହାଟି ଯାଇଥିଲେ।