ଉଦ୍ଧବଙ୍କୁ ଆଉ ଏକ ଝଟକା; ଇସ୍ତଫା ଦେଲେ ରାମଦାସ କଦମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ମିଳିଛି । ତେବେ ଇସ୍ତଫା ଦେଲେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଥିବା ପୂର୍ବତନ ମନ୍ତ୍ରୀ ରାମଦାସ କଦମ । ଦଳର ସଦସ୍ୟତାରୁ ଇସ୍ତଫା ଦେଉଥିବା ଜଣାଇ ରାମଦାସ କଦମ ତାଙ୍କ ଇସ୍ତଫା ପତ୍ରକୁ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ପଠାଇଥିବା ଜଣାପଡ଼ିଛି। ଏହାପୂର୍ବରୁ କଦମଙ୍କ ପୁଅ ତଥା ବିଧାୟକ ଯୋଗେଶ କଦମ ଗୌହାଟୀରେ ଥିବା ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଥିଲେ। ସେପଟେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପରେ ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ। ସେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ ପ୍ରଥମେ ସୁରଟରେ ପହଞ୍ଚିଥିଲେ ଏବଂ ପରେ ସେଠାରୁ ଗୌହାଟିରେ ପହଞ୍ଚିଥିଲେ।

ଦିନ ଗଡ଼ିବା ସହ ଉଦ୍ଧବଙ୍କ ସହ ଥିବା ବିଧାୟକ ଗୋଟିଏ ପରେ ଗୋଟିଏ ହୋଇ ଏକନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲେ। ସମର୍ଥନ ହରାଇବା ପରେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ। ଏହା ପରେ ଫ୍ଲୋର ଟେଷ୍ଟରେ ଉଦ୍ଧବ ହାରିବା ସହ ଫ୍ଲୋର ଟେଷ୍ଟ ଜିତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏକନାଥ ସିନ୍ଦେ। ତେବେ ସିନ୍ଦେଙ୍କ ହାତକୁ କ୍ଷମତା ଆସିବା ପରେ ଗୋଟିଏ ପରେ ଗୋଟିଏ ନେତା ଏବେ ଉଦ୍ଧବଙ୍କ ହାତ ଛାଡ଼ୁଥିବା ଦେଖାଯାଇଛି।

Related Posts