ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଦେଖିବେ ଫିଲ୍ମ ‘ଦମନ’; ରାଜ୍ୟର ସବୁ ଜିଲ୍ଲା ପ୍ରେକ୍ଷାଳୟରେ ହେବ ସ୍ଵତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫିଲ୍ମ ଦମନର ହେବ ସ୍ଵତନ୍ତ୍ର ସ୍କ୍ରିନିଂ। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ଦର୍ଶକଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆର ନିରାକରଣ ଏହି ଚଳଚ୍ଚିତ୍ରର ବିଷୟ ବସ୍ତୁ ରହିଛି । ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହି ଫିଲ୍ମ ପ୍ରଭାବିତ କରୁଛି।

ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରେକ୍ଷାଳୟରେ ଫିଲ୍ମର ସ୍ଵତନ୍ତ୍ର ସ୍କ୍ରିନିଂ କରାଯିବ। ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅଫିସର ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଫିଲ୍ମ ଦେଖିବାର ସୁଯୋଗ ପାଇବେ। ସ୍ଵତନ୍ତ୍ର ସ୍କ୍ରିନିଂ ପାଇଁ ପ୍ରତି ସବ୍ ଡିଭିଜନ୍‌ରେ ଗୋଟିଏ ସୋକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସୋ ପାଇଁ ସର୍ବାଧିକ ୪୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

Related Posts