ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନ ଭାଇ ର ଆତ୍ମହତ୍ୟା ଉଦ୍ୟମ

ପାଟଣାଗଡ : ବଲାଙ୍ଗୀର ପାଟଣାଗଡ ଉପଖଣ୍ଡ ବେଳପଡା ବ୍ଲକ୍ ଅନ୍ତର୍ଗତ କୁମାରଖୋନ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମାଛ ଧରିବାକୁ ଯାଇ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ତେବେ ନିଜ ବଡ ଭାଇର ମୃତ୍ୟୁ ଖବର ଶୁଣି ସାନ ଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ କୁମାରଖୋନ ଗାଁର ଦୀପକ ପୁଟେଲ ଗାଁ ନିକଟରେ ଥିବା ଛେଳିଆ ଡ୍ୟାମ୍‌କୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ଗୁରୁବାର ସକାଳେ ଡ୍ୟାମରେ ଦୀପକଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିବା କରିଥିଲେ । ସାନ ଭାଇ ବିଶ୍ବଜିତ ପୁଟେଲ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇ ଦେଇଥିଲେ । ବିଶ୍ବଜିତଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ଖବର ପାଇ ଘଟଣାସ୍ଥଳରେ ବେଳପଡା ପୋଲିସ ପହଞ୍ଚି ବଡ ଭାଇଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Related Posts