ସିମୁଳିଆ ଥାନା ଦୋରା ଗାଁରେ ହୃଦୟବିଦାରକ ଦୃଶ୍ୟ: ବାଲି ବସ୍ତାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହକୁ ଉଦ୍ଧାର

ସୋରୋ : ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା । ନିଖୋଜ ଥିବା ମହିଳାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ବାଲି ବସ୍ତା ମଧ୍ୟରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ମୃତ ମହିଳା ହେଲେ କୁନୁ ଲତା ନାୟକ । କୁନୁ ନିଖୋଜ ଥିବା ବେଳେ, ତାଙ୍କ ସ୍ୱାମୀ ଧନେଶ୍ୱର ନାୟକ ଫେରାର ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଂଚଳର ଧନେଶ୍ୱର ସିମୁଳିଆ ଥାନା ବାଲିମେଧ ଗାଁରୁ ୧୭ ବର୍ଷ ତଳେ ଦୁହେଁ ପ୍ରେମ ବିବାହ କରି ଥିଲେ । ଦୋରା ଗ୍ରାମରେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପୁଅ ସହିତ ରହି ଆସୁଥିଲେ । ତେବେ କୌଣସି କାରଣ ବଶତଃ ସ୍ବାମୀ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ କୁନୁଙ୍କ ଶବ ଉଦ୍ଧାର ପରେ ତାଙ୍କ ଭାଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Posts