ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ; ଅଗଷ୍ଟ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଡିପିରେ ତ୍ରିରଙ୍ଗା ରଖିବାକୁ ମୋଦୀଙ୍କ ଆହ୍ୱାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ ରେ ଦେଶକୁ ସମ୍ବୋଧନ। ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ ଭାରତ । ଆସନ୍ତା ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିବ । ଅଗଷ୍ଟ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଡିପିରେ ସମସ୍ତେ ତ୍ରିରଙ୍ଗା ରଖିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, ୨ଅଗଷ୍ଟର ତ୍ରିରଙ୍ଗା ସହିତ ବିଶେଷ ସମ୍ଭନ୍ଧ ରହିଛି ।ଏହି ଦିନ ପିଙ୍ଗଲି ଭେଙ୍କିୟାଙ୍କ ଜନ୍ମ ଜୟନ୍ତୀ । ଯିଏ ଆରମ୍ଭ ରାଷ୍ଟ୍ରୀୟ ଧ୍ୱଜକୁ ତିଆରି କରିଥିଲେ । ତେବେ ତ୍ରିରଙ୍ଗା ଆମକୁ ଯୋଡିକି ରଖିଥାଏ । ଆମ ଦେଶ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଇ ଥାଏ । ସେପଟେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସଫଳତା ପାଇଥିବା ସମସ୍ତ ଖେଳାଳି ଶୁଭେଚ୍ଛା ଜଣାଇଛନ୍ତି । କହିଲେ, ଯୁବବର୍ଗ ପ୍ରତିକ୍ଷେତ୍ରରେ ଦେଶକୁ ଗୌରବାନ୍ୱିତ କରୁଛନ୍ତି ।

Related Posts