ଲଗାଣ ବର୍ଷା ଆଣିଲା ଦୁଃଖ: ବାରିପଦାରେ କାନ୍ଥ ଭୁଶୁଡ଼ି ୨ଭଉଣୀ ମୃତ

ବାରିପଦା : ବାରିପଦା ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ଘଟିଛି ଅଘଟଣ । ଲଗାଣବର୍ଷାରେ କାନ୍ଥ ଭୁଶୁଡ଼ି ୨ଭଉଣୀଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ଲହରୀ ଖେଳିଯାଇଛି ।

ସାରା ରାଜ୍ୟରେ ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ, ବର୍ଷା ସାଙ୍ଗକୁ ବନ୍ୟା ବୋଝ ଉପରେ ଲଳିତା ବିଡା ସାଜିଛି । ଏହାରି ମଧ୍ୟରେ ଅନେକ ସ୍ଥାନରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ସ୍ଥିତିରେ ଅଛନ୍ତି । କେଉଁଠି ଘରେ ପଶିଛି ପାଣି ତ ଆଉ କେଉଁଠି ବାସହରା ହୋଇପଡିଛନ୍ତି ଲୋକେ ।

ବିଳମ୍ବିତ ରାତିରେ ଘରର କାନ୍ଥ ଭାଙ୍ଗି ଅନୀଲ କୁମାର ଗିରିଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ନାବାଳିକା ନିହାରିକା ଗିରି ଓ ସୁଇଟି ଗିରି ।

ବାସ୍ତବରେ ଏମାନଙ୍କ ଉପରେ ଭୁଷୁଡ଼ି ପଡିଥିଲା ଘରର କାନ୍ଥ । ଫଳରେ ସେମାନେ ଚାପି ହୋଇପଡିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାର ସଦ୍ୟସଙ୍କୁ ଉଦ୍ଧାର କରିଥିଲେ । ଏଥିରେ ନିହାରିକା ଓ ସୁଇଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା m

Related Posts