ବିହାର ନୂଆ ସରକାରକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭୋଟ୍‌ ପ୍ରକ୍ରିୟା ଆରମ୍ଭ

ପାଟନା : ବିହାରରେ ନୂଆ ସରକାର ଗଠନ ହୋଇଛି । ତେବେ ଗଠନ ହୋଇଥିବା ନୂଆ ସରକାର କୁ ନେଇ ଲୋକ କେତେଦୂର ଗ୍ରହଣ କରିଛନ୍ତି‌ ସେନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ଭୋଟ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କିଶୋର ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏହି ଭୋଟ୍‌ ଆରମ୍ଭ କରିଛନ୍ତି। ପ୍ରଶାନ୍ତ କି‌ଶୋରଙ୍କ ପ୍ରଶ୍ନରେ ଟ୍ବିଟର ବ୍ୟବହାରକାରୀ କେବଳ ହଁ କିମ୍ବା ନାହିଁ କହିବାପାଇଁ କୁହାଯାଇଛି।

ପ୍ରଶାନ୍ତଙ୍କ ପ୍ରଶ୍ନ ହେଉଛି, ସରକାର ଗଠନ ଦିଗରେ ନୀତୀଶ ଗତ ୧୦ ବର୍ଷ ମଧ୍ୟରେ ଷଷ୍ଠ ଥର ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ତେବେ ଆପଣ ଭାବୁଛନ୍ତି କି ବିହାରର ଲୋକମାନେ ଏହାଦ୍ବାରା ଉପକୃତ ହେବେ। ପ୍ରଶାନ୍ତ ତାଙ୍କର ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ଟ୍ବିଟର ବ୍ୟବହାରକାରୀଙ୍କୁ କହିଛନ୍ତି। ୨୦୧୫ରେ ମହାମେଣ୍ଟ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା‌ ପ୍ରଶାନ୍ତ କିଶୋର ୭ଟି ଦଳର ମହାମେଣ୍ଟ ସରକାରର ସ୍ଥାୟିତ୍ବ ନେଇ ଅବିଶ୍ବାସ ପ୍ରକଟ କରିଛନ୍ତି। ୭ଟି ଦଳର ମହାମେଣ୍ଟ ସରକାର ଅତି ବେଶୀରେ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ତିଷ୍ଠିବ ବୋଲି ପ୍ରଶା‌ନ୍ତ କିଶୋର ମତ ରଖିଛନ୍ତି।

Related Posts