ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଏବେ ପୂର୍ବ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରୀ ରହିଛି ବର୍ଷା । ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଗୁରୁବାର ଅଧିକ ବର୍ଷା ହୋଇପାରେ । ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏହି ପୂର୍ବାନୁମାନ କରିଛନ୍ତି ।

ବୁଧବାର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୪ ଜିଲ୍ଲାରେ ଅତି ନିଅଣ୍ଟିଆ (-୯୯%ରୁ-୬୦%) କମ୍‌ ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ମାତ୍ର ୦.୧ ମିଲିମିଟର, କଟକରେ ୦.୨, ଗଞ୍ଜାମରେ ୦.୩, କଳାହାଣ୍ଡିରେ ୦.୮, ନବରଙ୍ଗପୁରରେ ୧.୧, ସମ୍ବଲପୁରରେ ୧.୫, କେନ୍ଦ୍ରାପଡ଼ାରେ ୧.୧, ସୁନ୍ଦରଗଡ଼ରେ ୧.୩, ରାୟଗଡ଼ାରେ ୧.୭, ଓ ଗଜପତିରେ ୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । କେନ୍ଦୁଝରରେ ୫୩.୫ ମିଲିମିଟର ବର୍ଷା ହୋଇଛି । ଜଗତ୍‌ସିଂହପୁରରେ ୩୯.୧, ଢେଙ୍କାନାଳରେ ୩୩.୬, ଯାଜପୁରରେ ୩୧, ସମ୍ବଲପୁରରେ ୨୨.୭, ବୌଦ୍ଧରେ ୨୨ ଓ କଟକରେ ୧୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଉ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Related Posts