୨୦୧୮ ମସିହା ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା ଶୁଣେଇଛନ୍ତି ସ୍ବତ୍ତନ୍ତ୍ର ପୋକ୍ସୋ ଅଦାଲତ କଟକ

କଟକ : ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ଆଜୀବନ ସଜ୍ଜା । ସ୍ବତ୍ତନ୍ତ୍ର ପୋକ୍ସୋ ଅଦାଲତ ଏହି ଲଜ୍ୟା ଘଟଣା ର ଶୁଣାଣୀ କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି । ୨୦୧୮ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ମାୟାଧର ପୂର୍ତ୍ତିକୁ ଏହି ଦଣ୍ଡାଦେଶ ହୋଇଛି । ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣର ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୮ ମସିହା ସେପ୍ଟେମ୍ବର ୧୪ ତାରିଖରେ କଟକ ଚୌଦ୍ଵାର ଥାନା ଅଂଚଳରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଗଣେଶ ପୂଜା ଭସାଣୀ ଚାଲିଥିଲା ବେଳେ ସ୍ଥାନୀୟ ରାମଚନ୍ଦ୍ରପୁର ଗାଁ ଅଞ୍ଚଳର ଅଭିଯୁକ୍ତ ମାୟାଧର ପୂର୍ତ୍ତି ସଂପୃକ୍ତ ନାବାଳିକାକୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଥିଲା। ନାବାଳିକାକୁ ନପାଇ ସାଥୀମାନେ ଖୋଜାଖୋଜି କରି ନିକଟସ୍ଥ ଜଙ୍ଗଲ ମଧ୍ୟରୁ ନାବାଳିକାର ସନ୍ଧାନ ପାଇବା ସହ ଅଭିଯୁକ୍ତକୁ କାବୁ କରିଥିଲେ। ଘଟଣା ସମ୍ପୂର୍ଣ୍ଣ ଜଣାପଡ଼ିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ସେହି ମାସ ୧୭ ତାରିଖରେ ଚୌଦ୍ୱାର ଥାନାରେ ଏତଲା ଦିଆଯାଇଥିଲା।

ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଇପିସିର ଧାରା ୩୭୬ ଏବଂ ୫୦୬ ତଥା ପୋକ୍ସୋ ଆକ୍ଟର ଧାରା ୬ରେ କୋର୍ଟ ଚାଲାଣ କରିଥିଲା। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣୀ କରି ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୧ ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି ପୋକ୍ସୋ ଅଦାଲତ ।

Related Posts