ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ଅସମ୍ଭାଳ ବର୍ଷା । ବର୍ଷା ଫଳରେ ଯାତାୟତ ମଧ୍ୟ ଠପ ହୋଇ ଯାଇଛି । ସେପଟେ ସୋମବାର ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି। ବର୍ଷା ହେତୁ ଟ୍ରେନ୍ଗୁଡ଼ିକ ଧୀରେ ଚାଲୁଥିବାରୁ ସିଏସ୍ଏମ୍ଟି-ଥାନେ ସେକ୍ସନର କିଛି ଟ୍ରେନ୍ଗୁଡ଼ିକ ୧୦-୧୫ ମିନିଟ୍ ବିଳମ୍ବରେ ଚାଲୁଛି।
ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଧୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା। ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛି। ନାଗପୁର, ଚିପୁନ ଏବଂ ନାଲଦରେ ଗୋଟାଏ ଲେଖାଏ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
