ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଲାଲୁ ଯାଦବ; ଇମୋସନାଲ ପୋଷ୍ଟ କରି ଜଣାଇଲେ ଝିଅ ରୋହିନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଲାଲୁ ଯାଦବ । ସେପଟେ ତାଙ୍କର ଆରୋଗ୍ୟ କାମନା କରି ଝିଅ ରୋହିନୀ ଇମୋସନାଲ ପୋଷ୍ଟ କରିଛନ୍ତି । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି । ଏହାସହ ସେ ଘର ସିଡିରୁ ଖସିଯିବାରୁ ତାଙ୍କ କାନ୍ଧ ହାଡ ଭାଙ୍ଗିଯିବା ସହ ଅବସ୍ଥା ଗୁରୁତର ହୋଇପଡିଛି । ଫଳରେ ତାଙ୍କୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଏନେଇ ତାଙ୍କ ଝିଅ ରୋହିଣୀ ଆଚାର‌୍ୟ୍ୟା ଏକ ଭାବପ୍ରବଣ ପୋଷ୍ଟ କରିବା ସହ ଲାଲୁଙ୍କ ଆରୋଗ୍ୟ କାମନା କରିଛନ୍ତି । ଆଜି ଆରଜେଡିର ପ୍ରତିଷ୍ଠା ଦିବସ । ହେଲେ ଲାଲୁ ଯାଦବ ହସ୍ପିଟାଲରେ ଥିବାରୁ ଏହି ଦିବସ ପାଳନର ସମସ୍ତ ଦାୟିତ୍ୱ ପୁଅ ତେଜସ୍ୱୀ ଯାଦବ ଓ ପାର୍ଟି କର୍ମକର୍ତ୍ତାମାନେ ପାଳନ କରୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts