ରାଜ୍ୟରେ ଦୁଇ ଦିନ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ରହିଛି ଲଘୁଚାପ ଜନିତ ବର୍ଷା । ତେବେ ଆଜି-କାଲି ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ସୁନ୍ଦରଗଡ, ବରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷାର ଆଶଙ୍କା ଅଛି । ୨୪ରେ ଗଜପତି, ଗଞ୍ଜାମ ଓ କନ୍ଧମାଳରେ ବି ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଶନିବାର ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୪ରେ ଆଭ୍ୟନ୍ତରୀଣ ଓଡିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।

ଶୁକ୍ରବାର ଟିଟିଲାଗଡରେ ୪୯.୨ ମିଲିମିଟର, ବାରିପଦାରେ ୨୧.୨, ଭଦ୍ରକରେ ୨୦, କେନ୍ଦୁଝରରେ ୧୮.୬, ଝାରସୁଗୁଡାରେ ୧୬, ଯାଜପୁରରେ ୧୪ ଓ ବାଲେଶ୍ୱରରେ ୧୩.୫ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ପାନପୋଷରେ ୮୬.୨ମିଲିମିଟର, ପରମାଣପୁରରେ ୯୨.୪ ମିମି ବର୍ଷା ରେକର୍ଡ ହୋଇଛି। ଜୁନ୍‌ ୧ରୁ ଜୁନ୍‌ ୨୨ ସୁଦ୍ଧା ରାଜ୍ୟରେ ୩୧୫.୫ମିଲିମିଟର ବର୍ଷା ହୋଇଛି । ତେବେ ଜୁନ୍‌ରୁ ଜୁଲାଇ ୨୨ ସୁଦ୍ଧା ମୋଟ ୪୪୬.୮ମିମି ବର୍ଷା ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡରେ ନିଅଣ୍ଟିଆ ବର୍ଷା ହୋଇଛି

Related Posts