ଆବଶ୍ୟକ ପଡ଼ିଲେ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନରେ ହେଲିକପ୍ଟର ଓ ଡ୍ରୋନ ବ୍ୟବହାର କରାଯିବ: ଡିଜିପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନରେ ଆବଶ୍ୟକ ପଡ଼ିଲେ ହେଲିକପ୍ଟର ଓ ଡ୍ରୋନ ବ୍ୟବହାର କରାଯିବ ବୋଲି ଡିଜିପି ସୁନୀଲ ବଂଶଲ ସ୍ପଷ୍ଟ କରିଛନ୍ତି । ସେପଟେ କେରାପୁଟ ଗସ୍ତ ସମୟରେ ପୁଲିସ ଡିଜି ଏପରି କହିଥିବାର ସୂଚନା ମିଳିଛି । ତେବେ ଜିଲ୍ଲାରେ ମାଓବାଦୀ ସ୍ଥିତି ସମୀକ୍ଷା କରିବା ସହ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ ହୋଇପାରିବ ସେନେଇ ଏସପିଙ୍କ ସହ କୋବ୍ରା ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୀକ୍ଷା ସମୟରେ ରାୟଗଡ଼ ଏସପି ଓ ନବରଙ୍ଗପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ମାଲକାନଗିର ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ ।

Related Posts