ଭୋଟରଙ୍କୁ ଧମକ ଦେବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଲେ ବିଞ୍ଝାପୁର ବିଧାୟିକା ପ୍ରମିଳା ମଲ୍ଲିକ: ଜାଣନ୍ତୁ କଣ କହିଲେ

ଚର୍ଚ୍ଚାରେ ବିଞ୍ଝାପୁର ବିଧାୟିକା ପ୍ରମିଳା ମଲ୍ଲିକ | ଭୋଟରଙ୍କୁ ଧମକ ଦେବାର ଭିଡିଓ ତାଙ୍କର ଭାଇରଲ ହୋଇଛି | ଯେଉଁଥିରେ ସେ କହିଛନ୍ତି ମୋ ପ୍ରାର୍ଥୀକୁ ଭୋଟ ନ ଦେଲେ କିଛି ଶୁଣିବିନି | ମୋ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ଆଗକୁ କୌଣସି ଅସୁବିଧା ହେଲେ ଶୁଣିବି ନାହିଁ ବୋଲି ଜନତାଙ୍କୁ ଧମକ ଦେଇଥିଲେ | ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖି ପ୍ରମିଳା କହିଛନ୍ତି ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ, ଆମ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛି ଏଥିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି ।

ବିଞ୍ଝାପୁର ଥାନା ଅଳକୁଣ୍ଡ ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ପ୍ରମିଳା ଭୋଟ ଭିକ୍ଷା କରିଥିଲେ । ଏହି ସମୟରେ ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବିଜେଡ଼ି ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ କୌଣସି କଥା ବୁଝିବି ନାହିଁ । ମୁଁ ପ୍ରାର୍ଥୀ ଠିଆ କରାଇଛି, ମନକୁ କରନି । ଯଦି ମାଛ ଚିହ୍ନରେ ଭୋଟ ନଦିଅନ୍ତି, ତେବେ ଆଗକୁ ଇନ୍ଦିରାବାସ ନହେଲା, ଗୁହାଳ ନହେଲା, ରାସ୍ତା ନହେଲା ଚାଉଳ ନହେଲା ଆଉ ମୋତେ କହିବେ ନାହିଁ ବୋଲି କହିଥିଲେ ପ୍ରମିଳା । ଏହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା |

Related Posts