
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ବର୍ତ୍ତମାନ କରୋନୋ ସଂକ୍ରମଣର ଦ୍ବିତୀୟ ଲହର ସାଂଘାତିକ ଥିବା ବେଳେ ଦେଶରେ୧୭ ମିଲିୟନ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ମୃତ୍ୟୁହାର ୧,୯୫,୧୨୩ରେ ପହଞ୍ଚିଛି । ମହାରାଷ୍ଟ୍ରର ଲାଟୁର ଟଣ୍ଡା ଗ୍ରାମର ଏକ ବୃଦ୍ଧ ଦମ୍ପତି କରୋନାରେ ୯ ଦିନ ସଂଘର୍ଷ କରିବା ପରେ ସେମାନେ କରୋନାଠୁ ଜିତିଥିଲେ ।
ପରେ ମୋଟାବାଇ ଏବଂ ତାଙ୍କ ସ୍ୱାମୀ ଧେନୁ ଚାଭାନ୍ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କ ପୁଅ ସୁରେଶ ଚାଭାନ ମହାରାଷ୍ଟ୍ରର ଭିଲାସ୍ରାଓ ଦେଶମୁଖ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଇଥିଲେ ।ଆଇସିୟୁରେ ୯ ଦିନ ଧରି ଏହି ରୋଗ ସହ ମୁକାବିଲା କରିବା ପରେ ମୋଟାବାଇ ନାମକ ଜଣେ ୯୫ ବର୍ଷୀୟା ମହିଳା ଏବଂ ତାଙ୍କ ସ୍ବାମୀ ୧୦୫ବର୍ଷିୟ ଧନୁ ଚାଭାନ୍ କରୋନାଠୁ ଉଦ୍ଧାର ପାଇଥିଲେ ।
ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ସେମାନଙ୍କର ନିରାକରଣ ପାଇଁ ଠିକ୍ ସମୟରେ ଚିକିତ୍ସା କରୁଥିବା ପାଇଁ ଶ୍ରେୟ ଦେଇଛନ୍ତି। ତିନିଜଣ ଶିଶୁ ଏବଂ ପରିବାରର ବୃଦ୍ଧ ଦମ୍ପତିଙ୍କ ସମେତ ମୋଟ ପାଞ୍ଚଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ ଏବଂ ମାର୍ଚ୍ଚ ୨୪ ରେ ପଜିଟିଭ୍ ପରୀକ୍ଷା କରାଯାଇଥିଲା। ସୁରେଶ କହିଛନ୍ତି, “ମୋର ପିତାମାତାଙ୍କୁ ଜ୍ବର ଆସିଥିଲା ଏବଂ ମୋ ବାପାଙ୍କର ମଧ୍ୟ ପେଟ ଯନ୍ତ୍ରଣା ହୋଇଥିଲା, ତେଣୁ ମୁଁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲି।
ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡ. ଗଜାନନ୍ ହାଲକାନେ କହିଛନ୍ତି, “ସେମାନଙ୍କର ସି.ଟି. (Computed tomography) ସ୍କୋର 15/25, ଯାହା ସେମାନଙ୍କ ବୟସ ହେତୁ ଏକ ଚିନ୍ତାର ବିଷୟ ଥିଲା ସେମାନେ ଅକ୍ସିଜେନ ସହାୟତାରେ ଥିଲେ ଏବଂ ଆଣ୍ଟିଭାଇରାଲ୍ ରେମଡେସିଭର୍ ଇଞ୍ଜେକ୍ସନର ପାଞ୍ଚଟି ଡୋଜ୍ ମଧ୍ୟ ତାଙ୍କୁ ଦିଆଯାଇଥିଲା। ତାଙ୍କ ପୁଅଙ୍କ କହିବା ଅନୁଯାୟୀ, ଧନୁ ଚାଭାନ୍ ସର୍ବଦା ଜଣେ ଭଲ ଲୋକ ଥିଲେ | ଏହାପୂର୍ବରୁ ସେ ଗାଁରେ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ନିଜ ଜମି ଦାନ କରିଥିଲେ ଏବଂ ସେ ବିଶ୍ୱାସ କରନ୍ତି ଯେ ତାଙ୍କର ଭଲ କାର୍ଯ୍ୟ ଯୋଗଁ କରୋନା ସହ ମୁକାବିଲା କରିବାରେ ସାହାଯ୍ୟ କରିଥିଲା।