କରୋନାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ, ସ୍ତ୍ରୀ ନିର୍ବାଚନ କମିଶନଙ୍କ ବିରୋଧରେ ଦାଏର କଲେ ମାମଲା

tmc

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ତୃଣମୂଳ କଂଗ୍ରେସର ପ୍ରାର୍ଥୀ କାଜଲ ସିହ୍ନାଙ୍କ ମୃତ୍ୟୁ ଘଟିଛି । ତେବେ କୋଭିଡରେ ସ୍ୱାମୀଙ୍କର ମୃତ୍ୟୁ ପରେ ପତ୍ନୀ ନନ୍ଦିତା ସିହ୍ନା ନିର୍ବାଚନ ଆୟୋଗଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ଦୀର୍ଘ ୧୦ ଦିନ କୋଭିଡ ସହ ଲଢେଇ କରି ଶେଷରେ ପ୍ରାର୍ଥୀ ଜଣଙ୍କ ପ୍ରାଣ ହରାଇଛନ୍ତି । ଏପ୍ରିଲ ୨୨ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ ଦେଇଥିବା ଖାରଦା ବିଧାନସଭା ଆସନରୁ କାଜଲ ସିହ୍ନା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟ ହେବାର ତିନି ଦିନ ପରେ ରାଜନେତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପ୍ରାର୍ଥୀଙ୍କ ପତ୍ନୀ ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ ଏବଂ ପୋଲ ପ୍ୟାନେଲର ଅନ୍ୟ ଅଧିକାରୀଙ୍କୁ ଅସାବଧାନତା ଓ ଅବହେଳା ଆଚରଣକୁ ନେଇ ଅଭିଯୋଗ କରିଛନ୍ତି ।

ତାଙ୍କ ପତିଙ୍କର ମୃତ୍ୟୁ ପାଇଁ ନିର୍ବାଚନ କମିଶନ ଦାୟୀ ବୋଲି କହିଛନ୍ତି । ଏହା ସହ ତାମିଲନାଡୁ, କେରଳ ଏବଂ ପଣ୍ଡିଚେରୀରେ ନିର୍ବାଚନ ଗୋଟିଏ ଦିନରେ ଏବଂ ଗୋଟିଏ ପର୍ଯ୍ୟାୟରେ ଶେଷ ହୋଇଥିଲା । ଏବଂ ଆସାମରେ ତିନି ଦିନ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ଭୋଟ ହେବାର ତାଙ୍କ ପତ୍ନୀ ଦେଖିଛନ୍ତି । ସେ ଆହୁରୀ ମଧ୍ୟ ଅଭିଯୋଗ କରିଛନ୍ତି କଲିକତା ହାଇକୋର୍ଟଙ୍କ ପର୍ଯ୍ୟବେକ୍ଷଣ ପରେ ମଧ୍ୟ କରୋନା ସ୍ଥିତିକୁ ସର୍ଭେ ସଂସ୍ଥା ଅବହେଳା କରିଛି । କଲିକତା ନିର୍ବାଚନରେ ପ୍ରତିନ୍ଦ୍ୱତିତା କରୁଥିବା ଚାରି ଜଣ ରାନେତାଙ୍କର କୋଭିଡ-୧୯ରେ ମୃତ୍ୟୁ ହୋଇଛି । କାଜଲ ସିହ୍ନାଙ୍କ ବ୍ୟତୀତ ସ୍ୱାଧୀନ ରାଜନେତା ସମୀର ଘୋଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

Related Posts