(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ ବର୍ତ୍ତମାନ କର୍ଣ୍ଣାଟକ ରାଜନୀତି ଉପରେ ସମସ୍ତଙ୍କର ନଜର ରହିଛି । ଏପରି ମୂହୁର୍ତ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ତେବେ ତାଙ୍କ ବଦଳିକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ତାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ବିଜେପି ହାଇକମାଣ୍ଡ ଠାରୁ ସନ୍ଧ୍ୟାରେ ଏକ ବାର୍ତ୍ତା ଗ୍ରହଣ କରାଯିବ ବୋଲି ବି.ଏସ ୟେଦୁରପ୍ପା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏହା ସହ ଯଦି ସନ୍ଧ୍ୟା ସୁଦ୍ଧା କୌଣସି ବର୍ତ୍ତା ଆସେ ତାହାଲେ ସେ ତୁରନ୍ତ ସମସ୍ତଙ୍କୁ ଅବଗୋତ କରାଇାବେ ବୋଲି କହିଛନ୍ତି । ୭୮ ବର୍ଷୀୟ ବି.ଏସ ୟେଦୁରପ୍ପା ଚଳିତ ମାସ ଆରମ୍ଭରେ ହଠାତ ଦିଲ୍ଲୀ ଗସ୍ତ କରିଥିଲେ ।

ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ । ତେବେ ସପ୍ତାହେ ଧରି ଚାଲିଥିବା କଳ୍ପନା ଜଳ୍ପନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇ ନାହିଁ । ଏହା ସହ ଜୁଲାଇ ୨୬ରେ ଆମ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ଏହା ପରେ ସେ ଯାହା କରିବେ ବିଜେପି ସଭାପତି ଜେପି ନାଡା ନିଷ୍ପତ୍ତି ନେବେ ବୋଲି ସମ୍ବାଦିକମାନଙ୍କୁ କହିଛନ୍ତି । ଅପରିପକ୍ଷେ ରାଜ୍ୟ ବନ୍ୟା ପରିସ୍ଥିତି ସହ ମୁକାବିଲା କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯିବ କି ବୋଲି ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବେଙ୍ଗୁଲୁରୁ ଛାଡି ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରୁ ପ୍ରଥମେ ବେଲାଗାଭି ଅଭିମୁଖେ ଯାତ୍ରା କରିଥିଲେ । ଗତ କିଛି ଦିନ ଧରି ରାଜ୍ୟରେ ଲଗାତାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନ ଗୁଡିକରେ ଜଳବନ୍ଦୀ ହେବାରୁ ହଜାର ହଜାର ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ସହ ଆଲମାଟି ଡ୍ୟାମ ସମେତ ଉତ୍ତର ଅଞ୍ଚଳର ଡ୍ୟାମଗୁଡିକର ଜଳସ୍ତର ବୃଦ୍ଧି ହେତୁ ଜଳ ଛଡାଯାଇଛି ।

ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାମାନଙ୍କୁ ରେଟ ଆଲଟ କରାଯାଇଛି । ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସବୁଠାରୁ ରୋଚକ କଥାଟି ହେଉଛି ୨୦୧୯ରେ ଯେତେବେଳେ ବି.ଏସ ୟେଦୁରପ୍ପା ମିଳିତ ସରକାରରୁ ଦାୟିତ୍ୱ ନେଲେ ସେତେବେଳେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା ।

ଯାହାଫଳରେ ଶପଥ ଗ୍ରହଣ ସମାରୋହ ପାଇଁ ବି.ଏସ ୟେଦୁରପ୍ପା ଦିଲ୍ଲୀ ଗସ୍ତ କରିଥିଲେ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ୟେଦୁରପ୍ପାଙ୍କୁ ନିଜ ରାଜ୍ୟକୁ ଯାଇ ବନ୍ୟା ପରିସ୍ଥିତିର ଯତ୍ନ ନେବାକୁ କହିଥିଲେ । ଅନେକ ଦିନ ଧରି ତାଙ୍କ କ୍ୟାବିନେଟରେ ଆଉ କେହି ନ ଥିବାରୁ ଶ୍ରୀ ୟେଦୁରପ୍ପା ମନ୍ତ୍ରୀମଣ୍ଡଳର ଏକମାତ୍ର ସଦସ୍ୟ ଭାବରେ ରିଲିଫ କାର୍ଯ୍ୟର ତଦାରଖ କରିବା ପାଇଁ ପ୍ରଭାବିତ ଜିଲ୍ଲା ଗୁଡିକୁ ଗସ୍ତ କରିଥିଲେ ।