
କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ ଝଡ । କର୍ଣ୍ଣାଟକ ବିଜେପି ବିଧାୟକ ବାସନାଗୁଡା ପାଟିଲ ୟତନଲଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଢେଇ ହଜାର କୋଟି ଟଙ୍କା ଦେବାକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସେହି ବ୍ୟକ୍ତି କିଏ, ତାଙ୍କ ନାମ ସ୍ପଷ୍ଟ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ସମେତ ଅନେକ ବିଜେପି ନେତା ଦାବି କରିଛନ୍ତି ।
ଅନ୍ୟପଟେ କଂଗ୍ରେସ ନେତାମାନେ ଏହାର ତଦନ୍ତ ଦାବି କରିଛନ୍ତି । ବେଲାଗାଭିରେ ଏକ କାର୍ଯ୍ୟକ୍ରମରେ ବିଧାୟକ ବାସନାଗୁଡା ପାଟିଲ ୟତନଲ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ 2500 କୋଟି ଟଙ୍କା ମଗାଯାଇଥିବା ମନ୍ତବ୍ୟ ଦେଇଥିଲେ । କର୍ଣ୍ଣାଟକ BJP ସଭାପତି ନଳୀନ କୁମାର କାଟିଲ କହିଛନ୍ତି, “ଦଳର ଶୃଙ୍ଖଳା କମିଟି ବିଧାୟକ ଯତନାଲଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛୁ । ଆମେ କେନ୍ଦ୍ରୀୟ ଶୃଙ୍ଖଳା କମିଟିକୁ ମଧ୍ୟ ଅବଗତ କରିଛୁ । କେନ୍ଦ୍ରୀୟ ଶୃଙ୍ଖଳା କମିଟି ମଧ୍ୟ ବିଧାୟକଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି ।”
ସେପଟେ କେଉଁ ଅର୍ଥରେ ବିଧାୟକ ଏପରି ମନ୍ତବ୍ୟ ଦେଇଛନ୍ତି ସେ ନେଇ ତାଙ୍କୁ କିଛି ଜଣା ନଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।