ୟୁକ୍ରେନରେ ପ୍ରାଣ ହରାଇଥିବା ମୃତ ନବୀନଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲେ କର୍ଣ୍ଣାଟକ ସରକାର

ଋଷ ଓ ୟୁକ୍ରେନ ମଧ୍ୟ ଯୁଦ୍ଧରେ ଋଷ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ନବୀନଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ନବୀନଙ୍କ ବାସଭବନକୁ ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ମୃତ୍ୟୁର କ୍ଷତିପୂରଣ ନେଇ 25 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ହାଭେରୀ ଜିଲ୍ଲା ସ୍ଥିତ ଚାଲାଗେରି ଗ୍ରାମରେ ନବୀନଙ୍କ ଘରକୁ ଯାଇ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ନବୀନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏଥିସହ ନବୀନଙ୍କ ବଡ ଭାଇଙ୍କୁ ଚାକିରୀ ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ୟୁକ୍ରେନରୁ ନବୀନଙ୍କ ମୃତଦେହ ଆଣିବାକୁ ଚେଷ୍ଟା କରାଯାଉଛି। କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଛି ।ୟୁକ୍ରେନରେ ଆକ୍ରମଣ ଜାରି ଥିବା ଯୋଗୁଁ ମୃତ ଶରୀରକୁ ଆଣିବା ପାଇଁ ସକ୍ଷମ ହେଉନଥିବା ସେ କହିଛନ୍ତି। ଋଷ ପକ୍ଷରୁ ଯୁଦ୍ଧ ବିରତି ଦିଆଯାଇଥିବାବେଳେ ନବୀନଙ୍କ ଶରୀରକୁ ଯଥାଶୀଘ୍ର ଆଣିବା ପାଇଁ ଉଦ୍ୟମ କରାଯାଇଛି।

Related Posts