ଶ୍ରୀମନ୍ଦିର ‌ରୋଷଘର ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଜଗନ ମହାପାତ୍ରର ଜାମିନ ଆବେଦନ ପ୍ରସଙ୍ଗରେ କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ପୁରୀ ଶ୍ରୀମନ୍ଦିର ‌ରୋଷଘର ଚୁଲି ଭାଙ୍ଗିବା ମାମଲାର ହୋଇଛି ଶୁଣାଣି | ଗିରଫ ଅଭିଯୁକ୍ତ ଜଗନ ମହାପାତ୍ର ଓରଫ ଜଗାର ଜାମିନ ଆବେଦନର ଶୁଣାଣି କରିଛନ୍ତି ମାନ୍ୟବର ହାଇକୋର୍ଟ | ସରକାରଙ୍କୁ କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନର ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଜଗନ ରୋଷଘରେ ପ୍ରବେଶ କରିଥିଲା ଏବଂ ସେଠାରେ ଥିବା ଚୁଲି ସବୁକୁ ଭାଙ୍ଗି ଦେଇଥିଲା | ମୋଟ ୪୩ଟି ଚୁଲିକୁ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସିଂହଦ୍ବାର ଥାନା ପୋଲିସ ମାମଲା ରୁଜୁ କରି ଜଗନକୁ ଗିରଫ କରିଥିଲା । ତାକୁ ଏପ୍ରିଲ ୬ରେ କୋର୍ଟ ଚାଲାଣ କରାଯାଇଥିଲା । ପୁରୀ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ମେ ୪ରେ ଜଗନର ଜାମିନ ଆବେଦନ ଖାରଜ ହୋଇଥିଲା |

Related Posts