କାଶ୍ମିରୀ ପଣ୍ଡିତଙ୍କୁ ଦିଆଯାଉ AK47 : ଆପ୍‌ ନେତା ନବୀନ ଜୟହିନ୍ଦ

ଚଣ୍ଡିଗଡ଼: ନିଜ ବିବୃତ୍ତିକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଆମ୍ ଆଦମୀ ପାର୍ଟିର ପୂର୍ବତନ ହରିୟାଣା ଅଧ୍ୟକ୍ଷ ନବୀନ ଜୟହିନ୍ଦ ଏବେ କାଶ୍ମୀର ପଣ୍ଡିତଙ୍କ ଉପରେ ଟିପଣି ଦେଇଛନ୍ତି | ସରକାର ଯଦି କାଶ୍ମିରୀ ପଣ୍ଡିତଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ AK47 ଦିଅନ୍ତୁ ବୋଲି ସେ କହିଛନ୍ତି । ତେବେ ଏବେ ତାଙ୍କର ଏହି ବୟାନ କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚା |

ନବୀନ କହିଛନ୍ତି ଯେ,” କାଶ୍ମିରୀ ପଣ୍ଡିତମାନେ ଫିଲ୍ମ ଚାହାଁନ୍ତି ନାହିଁ, ବରଂ ସେମାନଙ୍କୁ AK47 ଦରକାର । ଯଦି ସରକାର କାଶ୍ମିରୀ ପଣ୍ଡିତମାନଙ୍କୁ ବଞ୍ଚାଇବାକୁ ଚାହାଁନ୍ତି ତେବେ ସେମାନଙ୍କୁ AK47 ଦିଅନ୍ତୁ । ତାହେଲେ ଯାଇ ସେମାନେ ବଞ୍ଚିବେ । କଥାରେ କିଛି ହେବ ନାହିଁ । ଯେଉଁ ରାହୁଲ ଭଟ ମୃତ୍ୟୁବରଣ କରିଛନ୍ତି । ଯାହାକୁ ପାକିସ୍ତାନୀ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ତାଙ୍କ ପତ୍ନୀ ନିଜେ କହୁଛନ୍ତି ଯେ ଆମକୁ ଅସ୍ତ୍ର ଦିଅ । ଏବେ ଆତଙ୍କବାଦୀମାନେ AK47 ସହିତ ପାକିସ୍ତାନରୁ ଆସୁଛନ୍ତି, ଆଉ କାଶ୍ମିରୀ ପଣ୍ଡିତମାନଙ୍କୁ ହତ୍ୟା କରିବା ପରେ ଚାଲିଯାଉଛନ୍ତି ।”

ଏବେ ସେ ପ୍ରଭୁ ପର୍ଶୁରାମଙ୍କ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମ ପାଇଁ ହରିୟାଣା ଭ୍ରମଣ କରି ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହି ଅବସରରେ ନବୀନ ହରିୟାଣାର ସିର୍ସା ଜିଲ୍ଲାରେ ପହଞ୍ଚି ସେଠାରେ ପ୍ରଭୁ ପର୍ଶୁରାମଙ୍କ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ସେ କାଶ୍ମିରୀ ପଣ୍ଡିତମାନଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ମେ 22ରେ ପ୍ରଭୁ ପର୍ଶୁରାମ ଜୟନ୍ତୀ ରୋହତକର ପହୱର ଗ୍ରାମରେ ପାଳନ କରାଯିବ ।ଏହି କାର୍ଯ୍ୟକ୍ରମ ପାଇଁ ନବୀନ ସମସ୍ତ ରାଜନେତା ଏବଂ ୩୬ ଜାତିର ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମାରୋହ ବର୍ତ୍ତମାନ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧୀନରେ ଥିବା ପହୱର ଗାଁର ସମାନ ଜମିରେ ଅନୁଷ୍ଠିତ ହେଉଛି । ଏହି ଜମିରେ ପ୍ରଭୁ ପର୍ଶୁରାମଙ୍କ ଏକ ମନ୍ଦିର, ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାକୁ ନବୀନ ଦାବି କରୁଛନ୍ତି । ନବୀନ କହିଛନ୍ତି ଯେ ଯଦି ସରକାର ଜମି ଦେବାକୁ ବିରୋଧ କରନ୍ତି ତେବେ ଯୁଦ୍ଧ ହେବ ନଚେତ୍ ଉତ୍ସବ ହେବ ।

Related Posts