‘କାଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ହିଁ କଶ୍ମୀରରେ ସର୍ବାଧିକ ସଂଖ୍ୟକ ହତ୍ୟାକାଣ୍ଡ ଘଟିଛି: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତେବେ ତାଙ୍କର ଏହି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଦେବା ପରେ ଏହାକୁ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଗତକାଲି ସଂଧ୍ୟାରେ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଡ୍‌ ନଦଭ ଲାପିଡ୍‌ କହିଥିଲେ ଯେ ‘‘କଶ୍ମୀର ଫାଇଲ୍ସ’ ଏକ ‘ପ୍ରୋପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର। ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି!’ ତାଙ୍କର ଏଭଳି ବିବୃତିକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ନଦଭ ଲାପିଡଙ୍କୁ ସମର୍ଥନ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ସେ କହିଛନ୍ତି ଯେ, “କଶ୍ମୀର ଫାଇଲ୍ସ ବିଷୟରେ ଯାହା କୁହାଯାଇଛି ଏହା ସତ୍ୟ। ଏହି ଫିଲ୍ମ କରି ଗୋଟିଏ ଦଳ ଅନ୍ୟ ଦଳ ବିରୋଧରେ ପ୍ରଚାର କରିଥିଲା। ଗୋଟିଏ ଦଳ ଏବଂ ସରକାର ଫିଲ୍ମର ପ୍ରଚାରରେ ବ୍ୟସ୍ତ ଥିଲେ। କିନ୍ତୁ ଏହି ଚଳଚ୍ଚିତ୍ର ରିଲିଜ୍ ପରେ ହିଁ କଶ୍ମୀରରେ ସର୍ବାଧିକ ସଂଖ୍ୟକ ହତ୍ୟାକାଣ୍ଡ ଘଟିଛି। ଏକାଧିକ କଶ୍ମୀର ପଣ୍ଡିତ ଓ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି। ଫିଲ୍ମଟି ରିଲିଜ ହେବା ପରେ ଏହାର ରାଜନୀତିକରଣ କରାଯାଇଥିଲା ଏବଂ ଅଧିକ କଶ୍ମୀରୀ ପଣ୍ଡିତଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥିଲା। ଫିଲ୍ମ ରିଲିଜ ପରେ କଶ୍ମୀର ପଣ୍ଡିତଙ୍କ ଉପରେ ଅଧିକ ଆକ୍ରମଣ ଆରମ୍ଭ ହୋଇଥିଲା। ଏବେ ନିର୍ମାତା ଏହାର ଦ୍ବିତୀୟ ଭାଗ ନିର୍ମାଣ କରିବେ କି? କଶ୍ମୀର ପଣ୍ଡିତମାନଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳେ ଏହି ଫିଲ୍ମର ନିର୍ମାତା କେଉଁଠି ଥିଲେ? ଚଳଚ୍ଚିତ୍ରରୁ ମିଳିଥିବା କିଛି ଅର୍ଥ କଶ୍ମୀର ପଣ୍ଡିତମାନଙ୍କୁ ଦିଆଯାଉ” ବୋଲି ସେ କହିଛନ୍ତି।

Related Posts